ମଦ ଉତ୍ପତ୍ତି

ଜନଜାତି ଭାରି ପରିଶ୍ରମୀ ବୋଲି ,ନିଶା ରେ ମନଟି ଥାଏ ,ସେଯୋଗୁ ଜଙ୍ଗଲେ ଗଛକାଟି ,ମଦପ୍ରସ୍ତୁତି ରେ ଲାଗିଯାଏ।

ବଡ କୁଣ୍ଡଟିରେ ଚେରମୂଳି ଦେଇ ସିଝାଉ ଥିବାର ଦେଖି,”ଶୁଆ” ଚଢେଇ ଟି ଗଛ କଟା ଦେଖି ,ମନେ ହେଲା ଭାରି ଦୁଖି।

ହତାଶ ରେ ସେଇ କୁଣ୍ଡେ ଝାସ ଦେଇ ,ଜୀବନ ହାରିଲା ଯେଣୁ “ଶାରୀ” ସାଥି ଦୁଖେ ହୋଇ ମ୍ରିୟମାଣ ,କୁଣ୍ଡକୁ ଡେଇଁଲା ତେଣୁ।

“ବାଘ” ରାଜା ଦେଖି ପ୍ରଜାଙ୍କ ଏ କଥା, କୁଣ୍ଡକୁ ସିଏ ଡେଇଁଲା, “ଘୁଷୁରୀ” ବାପୁଡା କଅଣ ବୁଝିଲା , ଝାସେ ପ୍ରାଣ ନାଶି ଦେଲା।

ଶୁଆ ଶାରି ବାଘ ଘୁଷୁରୀ ସୁପରେତିଆରି ହୋଇଲା ମଦ ,ପ୍ରଥମ ପେଏଗେ ଶୁଆ ପରି କଥା , ମଧୁର ଲାଗଇ ଆଗ।

ଦ୍ୱିତୀୟ ପେଏଗେ ଶାରୀ ପରି ଗୀତ , ବାହାରେ ତୁଣ୍ଡ ରୁ ସିଧା , ତୃତୀୟ ରେ ବାଘ ପରିକା ଗର୍ଜନ , ମାନେନା ବନ୍ଧନ ବାଧା।

ଚତୁର୍ଥ ରେ ଯେଣୁ ଘୁଷୁରୀ ସୁଉପୁ , ଦୁର୍ଗନ୍ଧ ବି ଲାଗେ ବାସ , ଯୋଉଠି ହେଲେବି ଶୋଇ ପାରେ ସିଏ ,ମନରେ ନ ଥାଏ ରୋଷ।

ମଦ ସାଥେ ଯିଏ ବନ୍ଧୁତା କରିବ, ଏକଥା ଟି ମନେ ରଖ , ଯେଉଁ ଦିନ ମଦ ତୁମକୁ ପିଇବ ,ପରିବାର ହେବ ନଷ୍ଟ ,ଅଚିରେ ଯିବ ଟି ନାଶ।

:ସ

ସନ୍ତୋଷ କୁମାର ସେଠୀ

ପୁରୀ ଜିଲ୍ଲା ସୂଚ଼ନା ଓ ଲୋକସଂପର୍କ ଅଧିକାରୀ

୯୪୩୭୩୦୨୬୧୮

Leave a Reply

Your email address will not be published. Required fields are marked *