ପାକିସ୍ତାନୀ ଖେଳାଳିମାନେ ଭାରତରେ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇବେ.
ପାକିସ୍ତାନୀ ଖେଳାଳିମାନେ ଭାରତରେ ଆୟୋଜିତ ହେଉଥିବା ବହୁ ରାଷ୍ଟ୍ରୀୟ ତଥା ବହୁମୁଖୀ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇବେ……..କିନ୍ତୁ କୌଣସି ଦ୍ବିପାକ୍ଷିକ ପ୍ରତିଯୋଗିତା ଲାଗି ସେମାନଙ୍କୁ କୌଣସି ପରିସ୍ଥିତିରେ ଅନୁମତି ମିଳିବନି…….ଆଜି କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ ଏକଥା ଘୋଷଣା କରିଛି…….ସେହିଭଳି ଏଣିକି ପାକିସ୍ତାନୀ ଖେଳାଳି ଓ ଅଧିକାରୀଙ୍କ ଭିସା ପ୍ରକ୍ରିୟାକୁ ସରଳୀକୃତ କରାଯିବ…..ସେହିଭଳି ଅନ୍ତର୍ଜାତୀୟ କ୍ରୀଡ଼ା ସଂଗଠନର ପାକିସ୍ତାନୀ ପଦାଧିକାରୀଙ୍କୁ ବହୁପ୍ରବେଶ ଭିସା ପ୍ରଦାନ କରାଯିବ ବୋଲି ମନ୍ତ୍ରାଳୟ କହିଛି……
