ଅଜଣା ଗାଡି ଧକ୍କାରେ ପଥଚାରୀଙ୍କ ମୃତ୍ୟୁ
ଉତ୍ୟକ୍ତ ଲୋକଙ୍କ ରାସ୍ତାରେ ପଥର ଥୋଇ ଅବରୋଧ, ଯାତାୟାତ ଠପ ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଲୁଅଝରଣ ଗାଁ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ପଥଚାରୀଙ୍କର ମୃତ୍ୟୁ ହୋଇଛି। ମୃତକ ତୁମୁସିଙ୍ଗା ଥାନା କାଳିଆହତା ଗାଁର ଦଣ୍ଡଧର ପ୍ରଧାନ। ଦଣ୍ଡଧର ରାସ୍ତାରେ ଚାଲି ଚାଲି ଆସୁଥିବା ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଉତ୍ୟକ୍ତ ଲୋକମାନେ କ୍ଷତି ପୂରଣ ଦାବିରେ ଢେଙ୍କାନାଳ -କାମାକ୍ଷାନଗର ମୁଖ୍ୟ ରାସ୍ତାରେ ପଥର ଥୋଇ ଅବରୋଧ କରିଛନ୍ତି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଛି। ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଂଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି।
