ମହାଶିବରାତ୍ରି ପାଇଁ ପ୍ରକମ୍ପିଲା ବିଭିନ୍ନ ଶୈବପୀଠ
ବୁଗୁଡ଼ା:ମହାଶିବରାତ୍ରି ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଜନସମୁଦ୍ରରେ ପ୍ରକମ୍ପିଲା ବିଭିନ୍ନ ଶୈବପୀଠ ।ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଓ ଆଖପାଖ ଅଞ୍ଚଳର ପବିତ୍ର ମହାଶିବରାତ୍ରି ପାଳନ ଅବସରରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡରେ ଜନସମୁଦ୍ର ଭଳି ଦେଖିବାକୁ ମିଳିଥିଲା ବିଭିନ୍ନ ଶୈବପୀଠ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଭୁ ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର,ପ୍ରଭୁ ସୋମନାଥ ମନ୍ଦିର ଏବଂ ଶ୍ରୀ ବଳଦେବ ସ୍ବାମୀଙ୍କ ମନ୍ଦିର ପରିସରରେ ଥିବା ପ୍ରଭୁ କାଶୀ ବିଶ୍ଵନାଥ ମନ୍ଦିରରେ ମହାଆଡମ୍ବର ସହକାରେ ପାଳନ କରାଯାଇଛି। ସେହିପରି ଆଖପାଖ ଅଞ୍ଚଳରେ ଗୋଲିଆ ଗ୍ରାମରେ ପ୍ରଭୁ ଲଙ୍ଗଳେଶ୍ଵର,,ଆମ୍ବିଳିଝର ରେ ଅବସ୍ଥିତ ପ୍ରଭୁ ଲୋକନାଥେଶ୍ବର,କୈଳାସ ନଗର ଗ୍ରାମରେ ପ୍ରଭୁ କୁବେରଶ୍ବର,ପ୍ରଭୁ ମୁକ୍ତେଶ୍ଵର,ମୁକୁନ୍ଦପୁର ଗ୍ରାମରେ କପିଳେଶ୍ଵର,ଉଦୟପୁର ଗ୍ରାମରେ ଏବଂ ବାଲିପଦର ଗ୍ରାମରେ ପ୍ରଭୁ ନିଳକଣ୍ଠେଶ୍ବର ମନ୍ଦିର ମାନଙ୍କରେ ଭକ୍ତମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହି ଅବସରରେ ପ୍ରଭାତରୁ କେଉଁଠି ଅଷ୍ଟପ୍ରହର ନାମଯଜ୍ଞ ତ ଆଉ କେଉଁଠି ସଂନ୍ଧ୍ଯା ସମୟରୁ ଭଜନ ଓ କୀର୍ତ୍ତନରେ ମସଗୁଲ ରହି ଉପବାସ ସହ ରାତ୍ରି ଉଜାଗର ରହିଥିଲେ । ଏଥିସହିତ ଅନ୍ନଯଜ୍ଞ ମଧ୍ୟ କେଉଁଠି କେଉଁଠି ହୋଇଥିବା ବେଳେ ଆଉ କେଉଁଠି ଉପବାସରେ ରହିଥିବା ଭକ୍ତମାନଙ୍କ ପାଇଁ ଅନ୍ୟ ବ୍ଯବସ୍ଥା କରାଯାଇଥିଲା । ଏଥିରେ ଗୋଲିଆରେ ଭାରତୀକୃଷ୍ଣ ପୁଷ୍ଟି,କବିରାଜ ପୋଲାଇ,ବୁଗୁଡ଼ାରେ ନଗର ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ,ଲକ୍ଷ୍ମଣ ମହାରଣା,ରାଧାଶ୍ୟାମ ପଣ୍ଡା,ପ୍ରଫୁଲ କୁମାର ପାତ୍ର,ଶମ୍ଭୁ ପାତ୍ର,ବ୍ରଜବନ୍ଧୁ ପ୍ରଧାନ ଏବଂ ବିଚିତ୍ର ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ- ତ୍ରିଲୋଚନ ପଣ୍ଡା, ଗଞ୍ଜାମ।
