ବିଶ୍ୱ ଐତିହ୍ୟ ସମ୍ପନ୍ନ ମହିମା ପୀଠରେ ୧୫୩ ବର୍ଷ ଧରି ଚାଲି ଆସିଛି ପବିତ୍ର ମାଘ ଉତ୍ସବ।

ବିଶ୍ୱଶାନ୍ତି ବହର ଅନ୍ୟତମ ନିଦର୍ଶନ ମହିମା ଧର୍ମର ସର୍ବଶ୍ରେଷ୍ଠ ଧାମ ଗୁଡିକରେ ମହାଆଡମ୍ବରରେ ପାଳିତ ହୋଇଛି ମାଘ ସପ୍ତମୀ । ପ୍ରସିଦ୍ଧ ଯୋରନ୍ଦା ଧାମ ସହିତ କାମାକ୍ଷାନଗର ମଢି ଧାମରେ ଏହି ଉତ୍ସବକୁ ନେଇ ବେଶ ଚଳଚଞ୍ଚଳ ହୋଇଉଠିଛି। ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ଐତିହ୍ୟ ସମ୍ପନ୍ନ ମହିମା ଧର୍ମର କୀର୍ତ୍ତିରାଜି ବହ କାମାକ୍ଷାନଗର ମଢି ପୀଠରେ ମାଘ ସପ୍ତମୀ ମହା ଆଡ଼ମ୍ବରରେ ପାଳିତ ହୋଇଛି।୧୮୭୫ ମସିହା ଠାରୁ ଏହି ପୀଠରେ ନିରବଛିନ୍ନ ଭାବେ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ମାଘ ସପ୍ତମୀ ପାଳିତ ହେଉଛି। ଏହାକୁ ବାର୍ଷିକ ଉତ୍ସବ ଭାବେ ପାଳନ କରିଥାନ୍ତି କାମାକ୍ଷାନଗର ବାସି। ସପ୍ତମୀ ଓ ଅଷ୍ଟମୀ ଦୁଇଦିନ ଧରି ଏହି ପର୍ବ ପାଳନ ହେଉଥିବାବେଳ ସପ୍ତମୀ ଦିନ ବଡି ଭୋର ସମୟରୁ ଅମଣିଆ ବାଲ୍ୟଲିଳା ବିତରଣ ହୋଇଥାଏ । ଏବଂ ଦିନସାରା ସନ୍ଥ କବି ଭୀମ ଭୋଇଙ୍କ ଭଜନ କୀର୍ତ୍ତନ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଏବଂ ସନ୍ଧ୍ୟା ୫.୩୦ ସମୟରେ ଜୀବ ଜଗତର ମଙ୍ଗଳ ଉଦ୍ଦେଶ୍ୟରେ ୧୧ ଶାଖା ବିଶିଷ୍ଠ ଝାଡ ଦିପ ପ୍ରଜ୍ବଳନ ସହ ବ୍ରହ୍ମଧ୍ବନି ସ୍ଥାପନ କରି ଘୃତାହୁତି ଦିଆ ଯାଇଥାଏ। ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ମହିମା ଧର୍ମର ସାଧୁ ସନ୍ଥ ମାନେ ମହିମା ଗୋସାଇଁଙ୍କ ପୂଜାର୍ଚ୍ଚନା ସହ ନୀତିକ୍ରାନ୍ତିକୁ ଅନୁପାଳନ କରିଥାନ୍ତି। ହରିହାଟ ସହ ନଗର କୀର୍ତ୍ତନରେ ପ୍ରକମ୍ପିତ ହୋଇଥାଏ ଗଗନ ପବନ। ଆଖ ପାଖ ଅଂଚଳରୁ ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ମାଘ ସପ୍ତମୀର ଏହି ମହାନ ପର୍ବକୁ ବେଶ ଉପଭୋଗ କରିଥାନ୍ତି। ଯାହାକୁ ଦେଖିବା ପାଇଁ ସବୁ ବର୍ଗର ଲୋକଙ୍କ ଭିଡ଼ ଜମିଥାଏ। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆଶ୍ରମ ପକ୍ଷରୁ ଅନ୍ନପ୍ରସାଦର ବ୍ୟବସ୍ଥା ମଧ୍ୟ ହୋଇଥାଏ। ମହିମା ଧର୍ମୀ ମାନେ ଦୁଇ ଦିନ ଧରି ଏହି ଉତ୍ସବକୁ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି।ଶାନ୍ତିବହ ଐତିହ୍ୟ ସମ୍ପନ୍ନ ମହିମା ଧର୍ମର ସର୍ବଶ୍ରେଷ୍ଠ ନିଦର୍ଶନର ଏହି ମହାନ ପର୍ବକୁ ଉଜ୍ଜୀବିତ ରଖିବା ସହ ଭାଇଚାରାକୁ ସୁଦୃଢ କରିଥାଏ। ଯାହା ଆମ୍ଭ ମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।

Leave a Reply

Your email address will not be published. Required fields are marked *