ପ୍ରେସ ବିଜ୍ଞପ୍ତି

୮/୪/୨୦୨୪- ସହର ସନ୍ନିକଟ ଓ ମହାନଗର ନିଗମ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ମହାନଗର ନିଗମରେ ସାମିଲ କରି ଭାରତ ବର୍ଷର ସବୁଠାରୁ କ୍ଷୁଦ୍ରତମ ମହାନଗର ନିଗମ ରୂପେ ପରିଚିତ ବ୍ରହ୍ମପୁର ମହାନଗର ନିଗମକୁ ଏକ ପୂର୍ଣ୍ଣାଙ୍ଗ ଓ ବୃହତ୍ତର ମହାନଗର ନିଗମରେ ପରିଣତ କରିବା ତଥା ବ୍ରହ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବୀ ଓ ଲକ୍ଷ୍ୟ ନେଇ ସଂଗ୍ରାମ କରୁଥିବା ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ବ୍ରଜନଗର ଠାରେ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସଭାପତିତ୍ତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆଗାମୀ ନିର୍ବାଚନରେ ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ତରଫରୁ ବ୍ରହ୍ମପୁର ଓ ଗୋପାଳପୁର ବିଧାନସଭା ଆସନରୁ ଲଢ଼ିବା ନେଇ କମିଟି ତରଫରୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଉପରେ ରଣନୀତି ଏବଂ ପ୍ରସଂଗ କଣ ରହିବ ତାହା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରାଥୀ ହେବା ନେଇ କିଛି ନାମ କମିଟି ନିକଟକୁ ବିଚାର ନିମନ୍ତେ ଆସିଛି , ତାହା ଉପରେ ଦୁଇ ତିନି ଦିନ ମଧ୍ୟରେ ଚୁଡାନ୍ତ କରାଯାଇ ସାର୍ବଜନୀନ କରାଯିବ। ତତ୍ ପରେ କମିଟି ସଦସ୍ୟ ମାନେ ନିର୍ବାଚନ ପ୍ରଚାର ମାଧ୍ୟମରେ ଭୋଟରମାନଙ୍କୁ ସଚେତନ କରିବାରେ ନିୟୋଜିତ କରିବେ। ବହୁତ ହୋଇଗଲା ଏଥର ଦଳ ନୁହେଁ ପ୍ରାଥୀ ଦେଖି ଭୋଟ ଦେବା, ନାହିଁ ନାହିଁର ସହରରେ ରୂପାନ୍ତରିତ ହୋଇଥିବା ବ୍ରହ୍ମପୁରର ଅନଗ୍ରସରତା ପାଇଁ ଦାୟୀ କିଏ ଜବାବ ମାଗିବା ବ୍ରହ୍ମପୁରର ବିକାଶ ଆମେ କରିବା ଏହି ନାରା ନେଇ ଭୋଟର ମାନଙ୍କ ନିକଟକୁ କମିଟି ଯିବ। କୌଣସି ଦଳ ଓ ରାଜନୈତିକ ବ୍ୟକ୍ତି ଦ୍ଵାରା ବ୍ରହ୍ମପୁର ର ଉନ୍ନତି ଓ ଅଭିବୃଦ୍ଧି ସମ୍ଭବ ନୁହଁ ଏହି ବାର୍ତ୍ତା ଲୋକଙ୍କ ବିଚାର ନିମନ୍ତେ ରଖାଯିବ। ରାଜନୈତିକ ଦଳ ଓ ବ୍ୟକ୍ତିତ୍ଵ ମାନେ ନିଜ ଦଳ ଓ ନିଜର ସ୍ବାର୍ଥ ସାଧନରେ ଲିପ୍ତ ରହି ନିଜର ଅଭିବୃଦ୍ଧି ଓ ବିକାଶ କରିଛନ୍ତି।କାରଣ ତାଙ୍କ ଏଜେଣ୍ଡାରେ ଏ ସହର ଓ ସହର ବାସୀଙ୍କ ବିକାଶ ସ୍ଥାନ କେବେ ପାଇ ନାହିଁ ।

ଆଜିର ବୈଠକରେ ସଭାପତିଙ୍କ ବ୍ୟତୀତ ଉପ ସଭାପତି ଦେବୀ ପ୍ରସାଦ ଦାସ , ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର ଓ ଉପଦେଷ୍ଟା ସୁବାଷ ପାତ୍ର ମଞ୍ଚାସିନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢିହାରୀ, ସହ ସମ୍ପାଦକ ବି ଭି ସାଗର,ଉପ ସଂଗଠନ ସମ୍ପାଦକ ଅଜିତ୍ କୁମାର ପଟ୍ଟନାୟକ, କର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ସଂଯୋଜକ ସି ଏଚ ରାମ କ୍ରିଷ୍ଣା ଦାସ, ସହ କୋଷାଧ୍ୟକ୍ଷ ସୁନିଲ ପାତ୍ର, ଉପ କୋଷାଧ୍ୟକ୍ଷ କେ ସୁଦାମ ପାତ୍ର,ସହ ସଂଗଠନ ସମ୍ପାଦକ କାହୁଁ ଚରଣ ପତି ଓ ଉପଦେଷ୍ଟା ଜେ ପି ମାଝି, ଡି ଏଚ୍ ପି ରାଓ,ବି ପି ସାହୁ, ଏମ ନାର୍ଶିଙ୍ଗୁଲୁ, ହିମାଂଶୁ ସାହୁ ,ଡି ଦୀପକ ଦୋରା, ବାସୁଦେବ ସାହୁକାର, ସନ୍ତୋଷ କୁମାର ସାହୁ, ବିଷ୍ଣୁ ପ୍ରସାଦ ସାହୁ, ଗଣେଶ ଚନ୍ଦ୍ର ଦାସ, ଗରୀବ ବନ୍ଧୁ ପାଣିଗ୍ରାହୀ, ପ୍ରମୋଦ ଚନ୍ଦ୍ର ପାଢି, ରବୀନ୍ଦ୍ର କୁମାର ତ୍ରିପାଠୀ, ଏମ୍ ତରେକେଶ୍ୱର ଦୋରା, ସୁଦେଷ୍ଣା ସାହୁ , ପ୍ରସନ୍ନ କୁମାର, ପ୍ରଭାତ କୁମାର ବେହେରା, ଦିବାକର ବେହେରା, ସନ୍ତୋଷ ସାହୁ, ପଦ୍ମ ଚରଣ ବେହେରା, ଉପେନ୍ଦ୍ର ସାହୁ, ସୁଶାନ୍ତ ସାବତ, କେ ଏସ ଏନ୍ ପଟ୍ଟନାୟକ, ସୁବାଷ ଚନ୍ଦ୍ର ସେଠୀ ଓ ବି ଲେଙ୍କା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।ସଂଜୀବ କୁମାର ପଟ୍ଟନାୟକ, ସଭାପତି,ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।

Leave a Reply

Your email address will not be published. Required fields are marked *