ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାଇରଙ୍ଗ ସ୍ଥିତ ପ୍ରଫୁଲ୍ଲ ପାଠାଗାର ପକ୍ଷରୁ ପବିତ୍ର ରଥଯାତ୍ରା ଅନୁଷ୍ଠିତ
– ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାଇରଙ୍ଗ ସ୍ଥିତ ପ୍ରଫୁଲ ପାଠାଗାର ପକ୍ଷରୁ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବା ସହିତ ଗୁଣ୍ଡିଚା ମନ୍ଦିର ରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀଜୀଉ ଙ୍କ ଏହି ନବଦିନ ଯାତ୍ରା ର ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ପ୍ରଫୁଲ୍ଲ ପାଠାଗାର ର ସଭାପତି ରବିନ୍ଦ୍ର ନାଥ ତ୍ରିପାଠୀ, ଉପଦେଷ୍ଟା ପ୍ରସନ୍ନ କୁମାର ଦାସ, ସମ୍ପାଦକ ଶ୍ରୀ ସୁରେଶ ରାୟ, ବିଜୟ କୁମାର ପତି, ହିମାଂଶୁ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେବା ସହିତ ମାଟ୍ରିକ ପରୀକ୍ଷା 90 ପ୍ରତିଶତ ନମ୍ବର ରଖି ଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହା ସହିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ଜଗନ୍ନାଥ ପ୍ରେମୀ ମାନେ ଯୋଗଦେଇ ଥିଲେ ।
