ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ଓ ଉଦାର ଶବ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା ପ୍ରକାଶ

୭ ଅକ୍ଟୋବର ୨୦୨୬: ପିଆଇବି ଦିଲ୍ଲୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ରାଷ୍ଟ୍ରପତିଙ୍କୁ ତାଙ୍କ ଶୁଭେଚ୍ଛା ଏବଂ ଉଦାରପୂର୍ଣ୍ଣ ଶବ୍ଦ ପାଇଁ ଧନ୍ୟବାଦ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବର୍ଷଗୁଡିକ ସେବାର ଏକ ଅତ୍ୟନ୍ତ ସନ୍ତୋଷଜନକ ଯାତ୍ରା ରହିଛି, ଯାହା ପ୍ରତ୍ୟେକ ପର୍ଯ୍ୟାୟରେ ଲୋକଙ୍କ ସ୍ନେହ, ବିଶ୍ୱାସ ଏବଂ ଆଶୀର୍ବାଦ ଦ୍ୱାରା ସମ୍ଭବପର ହୋଇପାରିଛି ।ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଦେଶ ଯେଉଁ ଅଗ୍ରଗତି ହାସଲ କରିଛି ତାହା କୋଟି କୋଟି ଭାରତୀୟଙ୍କ ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ ସହ ଦେଶର ରୂପାନ୍ତରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଯୋଗୁଁ ସମ୍ଭବ ହୋଇପାରିଛି । ସେ ଆହୁରିମଧ୍ୟ କହିଛନ୍ତି ଯେ ଦୈନନ୍ଦିନ ଜୀବନରେ ଏହି ପରିବର୍ତ୍ତନର ପ୍ରତିଫଳନ ଦେଖିବା ବିଶେଷ ଆନନ୍ଦଦାୟକ ଅଟେ ।ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ଯେ ‘ବିକଶିତ ଭାରତ’ ଗଠନ ଦିଗରେ ସମସ୍ତେ ମିଳିତ ଭାବେ ଆଗକୁ ବଢ଼ୁଥିବା ବେଳେ ସେ ସମାନ କର୍ତ୍ତବ୍ୟବୋଧ ଓ ନିଷ୍ଠା ସହ ଦେଶର ସେବା ଜାରି ରଖିବେ ।ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;“ମାନ୍ୟବର ରାଷ୍ଟ୍ରପତି ମହୋଦୟା, ଆପଣଙ୍କ ଶୁଭେଚ୍ଛା ଏବଂ ଉଦାରପୂର୍ଣ୍ଣ ଶବ୍ଦ ପାଇଁ ଧନ୍ୟବାଦ।ଏହି ବର୍ଷଗୁଡିକ ସେବାର ଏକ ଅତ୍ୟନ୍ତ ସନ୍ତୋଷଜନକ ଯାତ୍ରା ରହିଛି, ଯାହା ପ୍ରତ୍ୟେକ ପର୍ଯ୍ୟାୟରେ ଲୋକଙ୍କ ସ୍ନେହ, ବିଶ୍ୱାସ ଏବଂ ଆଶୀର୍ବାଦ ଦ୍ୱାରା ସମ୍ଭବପର ହୋଇଛି ।ଆମେ ଯେଉଁ ପ୍ରଗତି ଦେଖିଛୁ ତାହା କୋଟି କୋଟି ଭାରତୀୟଙ୍କ ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ ସହିତ ଦେଶର ରୂପାନ୍ତରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଯୋଗୁଁ ସମ୍ଭବ ହୋଇପାରିଛି । ଦୈନନ୍ଦିନ ଜୀବନରେ ଏହି ପରିବର୍ତ୍ତନର ପ୍ରତିଫଳନ ଦେଖିବା ବିଶେଷ ଖୁସିର ବିଷୟ ।‘ବିକଶିତ ଭାରତ’ ଗଠନ ଦିଗରେ ଆମେ ସମସ୍ତେ ମିଳିତ ଭାବେ ଆଗକୁ ବଢ଼ୁଥିବା ବେଳେ ମୁଁ ସମାନ କର୍ତ୍ତବ୍ୟବୋଧ ଓ ନିଷ୍ଠା ସହ ଦେଶର ସେବା ଜାରି ରଖିବି ।”

Leave a Reply

Your email address will not be published. Required fields are marked *