ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କିଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କିଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ l ଚାଲିଥିବା ବିବାଦର ସାମ୍ପ୍ରତିକ ଘଟଣାବଳୀ ଉପରେ ନିଜର ମତାମତ ରଖିଲେ ରାଷ୍ଟ୍ରପତି ଜେଲେନ୍ସ୍କିବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ତତ୍ପରତା ପ୍ରକାଶ କଲେ ପ୍ରଧାନମନ୍ତୀଉଭୟ ନେତାଙ୍କ ଭାରତ-ୟୁକ୍ରେନ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ପାଇଁ ଆଲୋଚନା ୯ ନଭେମ୍ବର ୨୦୨୬: ପିଆଇବି ଦିଲ୍ଲୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ରାଷ୍ଟ୍ରପତି ଶ୍ରୀ ଭୋଲୋଦିମିର ଜେଲେନ୍ସ୍କିଙ୍କ ସହ ଟେଲିଫୋନ୍ରେ କଥା ହୋଇଛନ୍ତି।ରାଷ୍ଟ୍ରପତି ଜେଲେନ୍ସ୍କି ଚାଲିଥିବା ସଂଘର୍ଷ ସମ୍ବନ୍ଧୀୟ ସାମ୍ପ୍ରତିକ ଘଟଣାକ୍ରମ ଉପରେ ନିଜର ଦୃଷ୍ଟିକୋଣ ବ୍ୟକ୍ତ କରିଥିଲେ ।ପ୍ରଧାନମନ୍ତ୍ରୀ ଭାରତର ମାନବ-କୈନ୍ଦ୍ରିକ ଦୃଷ୍ଟିକୋଣକୁ ପୁନଃ ଦୋହରାଇଛନ୍ତି ଏବଂ ଏହି ସଂଘର୍ଷର ସମାଧାନ କେବଳ ଆଲୋଚନା ଓ କୂଟନୈତିକ ମାଧ୍ୟମରେ ହେବା ଉଚିତ ବୋଲି ଭାରତର ସୁନିଶ୍ଚିତ ଆଭିମୂଖ୍ୟକୁ ପୁନର୍ବାର ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଏହି ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କରାଯାଉଥିବା ସମସ୍ତ ପ୍ରୟାସରେ ସହଯୋଗ କରିବାକୁ ଭାରତ ପ୍ରସ୍ତୁତ ଅଛି ।ଉଭୟ ନେତା ଦୁଇ ଦେଶର ଜନସାଧାରଣଙ୍କ ପାରସ୍ପରିକ ଲାଭ ପାଇଁ ବିଭିନ୍ନ କ୍ଷେତ୍ରରେ ଭାରତ-ୟୁକ୍ରେନ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ ।
