ପୁରୀରେ ଭାରତୀୟ ଜନତା ପାର୍ଟିରୁ ପ୍ରମୋଦ କୁମାର ରାୟଙ୍କ ପ୍ରାର୍ଥୀପତ୍ର ଦାଖଲ l


ଆଜି ପୁରୀଜିଲ୍ଲାର ଏଗାର ନମ୍ବର ଜିଲ୍ଲାପରିଷଦ ଜୋନ ପାଇଁ ଉପନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଦ୍ଵିତୀୟ ଦିନର ପ୍ରାର୍ଥୀପତ୍ର ଦାଖଲ ପାଇଁ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ନାରୀନେତ୍ରୀ ପ୍ରଭାତୀ ପରିଡା, ଓଁପ୍ରକାଶ ମିଶ୍ରଙ୍କ ସହିତ ପାଞ୍ଚ ଶହରୁ ଉର୍ଦ୍ଧ ବାଇକରେ ହଜାର ରୁ ଉର୍ଦ୍ଧ କର୍ମୀଙ୍କ ସହିତ ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରମୋଦ କୁମାର ରାୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଉପଜିଲ୍ଲାପାଳ ଭବତ ଚରଣ ସାହୁଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ l ଏଠାରେ ଆପଣଙ୍କୁ ସୂଚେଇ ଦେବାକୁ ଚାହୁକି ପ୍ରମୋଦ କଂଗ୍ରେସ ଦଳର ଆଗଧାଡିର ନେତା ଥିଲେ ଦୁଇଦିନ ତଳେ ବିଜେପିରେ ମିଶି ପ୍ରାର୍ଥୀ ହୋଇଛନ୍ତି l ବିଜେପି ନେତ୍ରୀ ପ୍ରମୋଦଙ୍କ ଉପରେ ଭରସା ରଖିଛନ୍ତି କି ପାଞ୍ଚ ହଜାର ରୁ ଅଧିକ ଭୋଟରେ ଜିତିବେ ବୋଲି ଗଣମାଧ୍ୟମ କୁ ସୂଚନା ଦେବା ସହିତ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ର ଉଚିତ ଜବାବ ଦେବେ ବୋଲି କହିଥିଲେ l

Leave a Reply

Your email address will not be published. Required fields are marked *