SIR ର ସଚ୍ଚୋଟତା କୁ ନେଇ ..ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ !
ପୁରୀ, କଚେରି ଛକ ନିକଟରୁ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ ସଭାପତି, ଇଂ ରାଜେଶ କୁମାର ମିଶ୍ର ଙ୍କ ନେତୃତ୍ବରେ ଏକ ପଦଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନମାନ ଦେଇ ଜିଲ୍ଲାପାଳ, ପୁରୀ ଙ୍କ ଆବାସିକ ବାସଭବନ ପର୍ଯ୍ୟନ୍ତ ଯାଇଥିଲା । ମୁଖ୍ୟ ନିର୍ବାଚନ ଆୟୋଗ, ଜ୍ଞାନେଶ୍ କୁମାର ଏବଂ ଡବଲ ଇଞ୍ଜିନ ବିଜେପି ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ଜିଲ୍ଲାପାଳ, ପୁରୀ ଙ୍କ ବାସଭବନ ଘେରାଉ କରାଯାଇଥିଲା । ଏହା ସହିତ ରାସ୍ତାରୋକ କରି କଂଗ୍ରେସ କର୍ମୀ ଏକ ଘଣ୍ଟା ପର୍ଯ୍ୟନ୍ତ ଚକାଜାମ କରିଥିଲେ। କିପରି ଭାବରେ ବିଜେପି ସରକାର ଭୋଟ ଚୋରି ବା SIR (Special Intensive Revision) ମାଧ୍ୟମରେ ୧୩ କୋଟି ରୁ ଅଧିକ ଭାରତୀୟ ଭୋଟରଙ୍କ ନାମ ଭୋଟ ତାଲିକାରୁ ବାଦ୍ ଦେଇଥିଲେ ।

ଏବଂ ତାଙ୍କ ଦ୍ଵାରା ନିଆଯାଇଥିବା ଏକପାଖିଆ ନିଷ୍ପଭି ସମ୍ପର୍କରେ ଅନ୍ୟ ଦୁଇ ନିର୍ବାଚନ କମିଶନର ଶ୍ରୀ ସୁଖବୀର ସିଂ ସାନ୍ଧୁ ଏବଂ ଶ୍ରୀ ବିବେକ ଯୋଶୀ ୧୦ ମାସ ଭିତରେ ୧୪ ଥର ଔପଚାରିକ ଭାବରେ ଆପତ୍ତି ଜଣାଇଥିଲେ। ଯାହା ଜାତୀୟ ଗଣମାଧ୍ୟମରେ ପ୍ରମୁଖ ଖବର ରୂପେ ପ୍ରକାଶ ପାଇଥିଲା । ବିଭିନ୍ନ ଆପତ୍ତି ଗୁଡ଼ିକୁ ଏଡ଼େଇ ଯାଇ ମୁଖ୍ୟ କମିଶନର ବିଜେପିକୁ ସୁହାଇଲା ଭଳି ଏକପାଖିଆ ବେନିୟମ କାର୍ଯ୍ୟ କରିଛନ୍ତି । ଲୋକସଭାରେ ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଏହି ଅଗଣତାନ୍ତ୍ରିକ କାର୍ଯ୍ୟ ଏବଂ ଭୋଟ ଚୋରୀ ସମ୍ପର୍କରେ ବାରମ୍ବାର ସତର୍କ କରାଉଥିଲେ। ଆଜି ଦୁଇ ନିର୍ବାଚନ କମିଶନରଙ୍କ ଖୁଲାସା ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଦେଶବାସୀଙ୍କ ଆଗରେ ସତ୍ୟବୋଲି ପ୍ରମାଣିତ କରିଛି।
