ପୁରୀ ଜିଲ୍ଲାର ୧୫୯୮ ବୁଥରେ ମତଦାନ କରିବେ ୧୪,୧୩,୫୧୨ ଭୋଟରପୁରୁଷ ଭୋଟର ଙ୍କ ସଂଖ୍ୟା ୭୨୫୭୮୪ମହିଳା
ପୁରୀ ଜିଲ୍ଲାର ୧୫୯୮ ବୁଥରେ ମତଦାନ କରିବେ ୧୪,୧୩,୫୧୨ ଭୋଟରପୁରୁଷ ଭୋଟର ଙ୍କ ସଂଖ୍ୟା ୭୨୫୭୮୪ମହିଳା ଭୋଟର ୬୮୭୬୪୩ପୁରୀ ୧୮/୫ ୧୭-ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ୧୦୭- ପୁରୀ, ୧୦୮- ବ୍ରହ୍ମଗିରି ,୧୦୯-ସତ୍ୟବାଦୀ ଓ ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ମଇ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ୧୬- ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ୧୦୫- କାକଟପୁର (ସଂ) ଓ ୧୦୬-ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଜୁନ ୧ ତାରିଖରେ ମତଦାନ ଅନୁଷ୍ଠିତ ହେବ।ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ କରାଯାଇଛି।ଚଳିତ ନିର୍ବାଚନ ରେ ଜିଲ୍ଲାର ୬ ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ର ମୋଟ ୧୫୯୮ ଟି ବୁଥରେ ୧୪,୧୩,୫୧୨ ଜଣ ଭୋଟର ମତଦାନ କରିବେ।ସେଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୨୫୭୮୪,ମହିଳା ଭୋଟର ଙ୍କ ସଂଖ୍ୟା ୬୮୭୬୪୩ ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୮୫ । କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୮୦ ବୁଥରେ ୨୪୪୧୦୬ ଜଣ ଭୋଟର ଙ୍କ ମଧ୍ୟରେ ପୁରୁଷ ଙ୍କ ସଂଖ୍ୟା ୧୨୫୯୩୯,ମହିଳା ଭୋଟରଙ୍କ ସଂଖ୍ୟା ୧୧୮୧୬୩ ଓ ଅନ୍ୟାନ୍ୟ ୪ ଜଣ ଭୋଟର ମତଦାନ କରିବେ। ସେହିପରି ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୮୦ ଟି ବୁଥ ରେ ୨୪୭୫୯୨ ଭୋଟର ରହିଥିବା ବେଳେ ପୁରୁଷ ଭୋଟର ୧୨୬୭୧୨, ମହିଳା ୧୨୦୮୭୨ ଓ ଅନ୍ୟାନ୍ୟ ୮ ଭୋଟର ରହିଛନ୍ତି।ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୩୯ ବୁଥରେ ୨୪୦୦୭୮ ଭୋଟରଙ୍କ ମଧ୍ୟରେ ପୁରୁଷ ୧୨୨୬୬୦, ମହିଳା ୧୧୭୩୭୧, ଓ ଅନ୍ୟାନ୍ୟ ୪୭ ଭୋଟର, ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭୧ ବୁଥ ମାଧ୍ୟମରେ ୨୨୮୮୪୨ ଭୋଟର ମଧ୍ୟରୁ ୧୧୭୫୦୧ ପୁରୁଷ,୧୧୧୩୨୯ ମହିଳା ଓ ୧୨ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୫୪ ବୁଥରେ ୨୧୪୯୩୨ ମୋଟ ଭୋଟର ଥିବା ବେଳେ ୧୧୦୯୦୪ ପୁରୁଷ,୧୦୪୦୨୦ ମହିଳା ଓ ୮ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭୪ ବୁଥ ମାଧ୍ୟମରେ ୨୩୭୯୬୨ ଜଣ ମତଦାତା ଙ୍କ ମଧ୍ୟରୁ ୧୨୨୦୬୮ ପୁରୁଷ, ୧୧୫୮୮୮ ମହିଳା ଓ ୬ ଜଣ ଅନ୍ୟାନ୍ୟ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ।ଇତି ମଧ୍ୟରେ ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କୁ ଦୁଇ ପର୍ଯ୍ୟାୟ ପ୍ରଶିକ୍ଷଣ ଦିଆ ଯିବା ସହ ବୁଥ ଗୁଡିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି।ଅପରପକ୍ଷରେ ଇଭିଏମ ରାଣ୍ଡମାଇଜେସନ ଶେଷ ହୋଇଛି।ପର୍ଯ୍ଯବେକ୍ଷକ ମାନେ ମଧ୍ୟ ଜିଲ୍ଲାରେ ରହି ସମସ୍ତ କାର୍ଯ୍ୟ ର ପର୍ଯ୍ୟାଲୋଚନା ଓ ତଦାରଖ ଜାରି ରଖି ଛନ୍ତି।ନିର୍ବାଚନ ଗଣତନ୍ତ୍ରର ମହାପର୍ବ।ତେଣୁ ଏଥିରେ ସାମିଲ ହୋଇ ସମସ୍ତ ମତଦାତା ମତଦାନ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁରୋଧ କରିଛନ୍ତି।
