ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା.. ବ୍ରାଉନ ସୁଗାର ଜବତ
-ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା l ୨୫୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ବାସେଳୀ ସାହି ଥାନା ପୋଲିସ l ଗତ କାଲି ରାତିରେ ମାଟିତୋଟା ଠାରେ ଚେକିଂ କରିବା ସମୟରେ ଏକ କାର ଭିତରୁ ବ୍ରାଉନ ସୁଗାର କୁ ଜବତ କରାଯାଇଛି l ଯାହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ବୋଲି ଜଣାପଡିଛି l ଏହି ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଉଛନ୍ତି ପିପିଲି ଅଞ୍ଚଳର ଅଭିନାଶ ସ୍ୱାଇଁ ଓ ଖୋର୍ଦ୍ଧା ଅଞ୍ଚଳର ଆଶିଷ ପଟ୍ଟନାୟକ l ଏହି ୨ଅଭିଯୁକ୍ତଙ୍କ ଠାରୁ ୩ଟି ମୋବାଇଲ ଫୋନ,ଗୋଟେ ସ୍ବିଫ୍ଟ କାର, ୪ହଜାର ଟଙ୍କା କୁ ଜବତ କରାଯାଇଛି l ୨ଜଣ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଅନେକ ଥାନାରେ ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି l ସେହିପରି ଗତ ୫ମାସ ମଧ୍ୟରେ ପୁରୀ ସିଟି ସବ୍ଡିଭିଜନ୍ ଅଞ୍ଚଳରେ ଆଇନ-ଶୃଙ୍ଖଳା ରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ଦ୍ୱାରା ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୨୭୮ ଜଣ ଆଣ୍ଟି ସୋସିଆଲ୍ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେହିପରି କୋରେକ୍ସ ସମ୍ବନ୍ଧୀୟ ୧୬ଟି କେସ୍ ରୁଜୁ ହୋଇଥିବା ବେଳେ ୨୬ ଜଣଙ୍କୁ ଗିରଫ କରାଯାଇଛି l

ବ୍ରାଉନ୍ ସୁଗାର୍ ସମ୍ବନ୍ଧୀୟ ୧୩ଟି କେସ୍ ରୁଜୁ ହୋଇଥିବା ବେଳେ ୨୮ ଜଣଙ୍କୁ ଗିରଫ କରାଯାଇଛି ଏବଂ ପ୍ରାୟ ୪୮୮ ଗ୍ରାମ୍ ବ୍ରାଉନ୍ ସୁଗାର୍ ସିଜ୍ କରାଯାଇଛି। ଏହାଛଡ଼ା ଏକ୍ସାଇଜ୍ ଆଇନ୍ ଅନୁସାରେ ୫୪ଟି କେସ୍ ରୁଜୁ ହୋଇଥିବା ବେଳେ ୫୪ ଜଣଙ୍କୁ ଗିରଫ କରାଯାଇଛି।ଏଥି ସହିତ ପୁରୀ ସହରର ବିଭିନ୍ନ ପବ୍ଲିକ୍ ପ୍ଲେସ୍ରେ ସାର୍ବଜନିକ ଭାବେ ମଦ୍ୟପାନ କରୁଥିବା ୧୧୦୦ରୁ ଅଧିକ ବ୍ୟକ୍ତିଙ୍କ ବିରୋଧରେ ପିଆର୍ ସବମିଟ୍ କରାଯାଇଛି।ପୁରୀ ପୋଲିସ ସହରରେ ଶାନ୍ତି, ସୁରକ୍ଷା ଏବଂ ଅପରାଧମୁକ୍ତ ପରିବେଶ ରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଛନ୍ତି ପୁରୀ ଏସ୍ପି l Byte – ପ୍ରତୀକ ସିଂ, ପୁରୀ ଏସ୍ପି
