ମହିଳା ଶକ୍ତି ସଂଗଠନ ପକ୍ଷରୁ ରଜ ମହୋତ୍ସବ

କୋଣାର୍କ – କୋଣାର୍କ ନିକଟସ୍ଥ ଶିମିଳି ପଞ୍ଚାୟତ ମାଟିଆପଡ଼ା ଗ୍ରାମ ମହାବୀର ମନ୍ଦିର ପୀଠରେ ଜୟ ଜଗନ୍ନାଥ ମହିଳା ଶକ୍ତି ସଂଗଠନ ଓ ସତ୍ୟ ମହାବୀର ସାଂସ୍କୃତିକ ସେବାସଂଘ ପକ୍ଷରୁ ଚଳିତ ବର୍ଷ ତିନି ଦିନିଆ ପ୍ରଥମ ରଜ ମହୋତ୍ସବ ଶୁଭାରମ୍ଭ ହୋଇଛି। ଅତିଥି ଭାବେ କୋଣାର୍କ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରୀପାଠୀ, ଜଗନ୍ନାଥ ମହିଳା ଶକ୍ତି ସଂଗଠନ ସଭାନେତ୍ରୀ ରମାମଣି ସାହୁ, ଗ୍ରାମ ସଭାପତି ଲକ୍ଷ୍ମୀଧର ସାହୁ, ସମାଜସେବୀ ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇ ରଜ ମହୋତ୍ସବ ଶୁଭ ଉଦଘାଟନ କରିଥିଲେ। ଉତ୍ସବରେ ମହିଳା ଓ ଝିଅ ମାନଙ୍କ ପାଇଁ ସୁସଜ୍ଜିତ ଦୋଳି,

ଜୟ ଜଗନ୍ନାଥ ମହିଳା ଶକ୍ତି ସଂଗଠନ ପକ୍ଷରୁ ବିଭିନ୍ନ ପିଠା ପଣା, ମହାଲକ୍ଷ୍ମୀ ଜୁଏଲାରୀ ପକ୍ଷରୁ ରଜପାନ ସହ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ କୁନାକୁନୀ ଝିଅ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ଏକକ ଓ ଦଳଗତ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମିତି ସଭ୍ୟା ମିନତି ସାହୁ ସଂଯୋଜନା କରିଥିବା ବେଳେ ଶୁଶାନ୍ତ ଚିନ୍ନରାଙ୍କ ସମେତ ମହିଳା ସଂଗଠନ ସଦସ୍ୟା ଓ ନାଟ୍ୟଦୀପ ଅନୁଷ୍ଠାନର ପ୍ରମୁଖ କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *