ରମ୍ଭା ପାନ୍ଥନିବାସରେ ରଜ ମହୋତ୍ସବ l

ରମ୍ଭା :-୧୪/୦୬/୨୬ ରଜ ଓଡ଼ିଶାର ଏକ ପାରମ୍ପ।ରିକ ଗଣ ପର୍ବ। ଏହା ୩ଦିନ ଧରି ପାଳନ କରାଯାଇଥାଏ। ଏହି ପର୍ବକୁ ଓଡ଼ିଶାର ଓ. ଟି. ଡି. ସି ପାନ୍ଥ ନିବାସ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ପାନ୍ଥ ନିବାସ ପକ୍ଷରୁ ପର୍ଯ୍ୟଟକ ମାନଙ୍କୁ ଆତ୍କୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ଅନୁରୂପ ଭାବେ ରମ୍ଭା ପାନ୍ଥ ନିବାସରେ ରଜ ଦୋଳି ରଜ ପର୍ବ ରମ୍ଭା ଆଇ. ଆଇ. ସି କୁମର ମୁଦୁଲି ରିବନ କାଟି ଶୁଭାରମ୍ଭ କରିଛନ୍ତି। ତତ ସହିତ ପାରମ୍ପରିକ ଓଡିଆ ମିଠା, ପିଠା ମଧ୍ୟରୁ ଛେନାପୋଡ଼, କ୍ଷୀର ଖଜା, ଆରିସା, କାକରା, ପୋଡ଼ପିଠା, ଚକୁଳି ପିଠା, ରଜ ପାନ ସହିତ ଓଡ଼ିଆର ଅନେକ ପିଠାପଣା ଷ୍ଟଲ ଖୋଲାଯାଇ ଗ୍ରାହକଙ୍କୁ ପସରାର ଏକ ଦୃଷ୍ଟି ନିକ୍ଷେପ କରାଯାଇଥାଏ। ତତ ସହିତ ପାର୍ଶ୍ଵରେ ପ୍ରସ୍ତୁତ ଜିନିଷର ଏକ ଦର ତାଲିକା ଟଙ୍ଗା ଯାଇଥାଏ। ଏଥି ସହିତ ମିଠାପାନ ସାଙ୍ଗକୁ ମହିଳା ମାନଙ୍କ ନିମନ୍ତେ ମେହେନ୍ଦି ରଜ ଦୋଳିର ଉତ୍ସ।ହ ଉଦିପନା ସହ ମଜ୍ଜା ଉଠାଉଛନ୍ତି।ଗାଁ ଗଣ୍ଡାରେ ମହିଳା ମାନେ ବାଡ଼ି ଓ ଘର ମଧ୍ୟରେ ରଜ ଦୋଳି କରି ମଜ୍ଜା ଉଠାଇବା ସହ ପରସ୍ପର ପରସ୍ପର କୁ ମିଠା ପିଠା ବଣ୍ଟନ କରୁଥିବା ଲକ୍ଷ୍ୟ କରାଯାଇଛି। ଯେପରି ଝିଅ ମାନଙ୍କର ରଜ ଦୋଳି ଓ ପୁଚି ଖେଳ ହୋଇଥାଏ ଅନୁରୂପ ଭାବେ ପୁଅ ମାନଙ୍କର ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସ ଟିକୁ ପାଳନ କରାଯାଇଥାଏ। ଆୟୋଜିତ କାର୍ଯ୍ୟକ୍ରମକୁ ଓ. ଟି. ଡି. ସି ର ପରିଚାଳକ ମ୍ୟାନେଜର ସୋମ ଶେଖର ପଣ୍ଡା ଓ କର୍ମରତ କର୍ମଚାରୀ ମାନେ, ବିନୋଦ କୁମାର ଜେନା, ଆଶିଷ କୁମାର ମଲ୍ଲିକ, ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ, ସିମାଞ୍ଚଳ ବିଷୋୟୀ, ଗଣେଷ ଚୌଧୁରୀ, ଦିଲ୍ଲୀପ କୁମାର ସ୍ୱାଇଁ ସମେତ ପରିଚାଳନାରେ ସହଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *