ଭଗବତୀ ପୀଠରେ ରଜ ପର୍ବ

କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ମା ଭଗବତୀ ପୀଠରେ ରଜ ପର୍ବ ଅନୁଷ୍ଠିତ ହୋଇଯାଇଛି। ରଜ ମହୋତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ବିଜେଡ଼ି ସଭାପତି ଗୋପାଳ ଚନ୍ଦ୍ର ବେହେରା, ଯୁବ ସଂଗଠକ ତଥା ସମାଜସେବୀ ମନୋଜ କୁମାର ନାୟକ, ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି, ବିଜେଡ଼ି ନେତା ପ୍ରତାପ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ। ଆୟୋଜିତ ରଜ ଉତ୍ସବର ଉଦଘାଟନୀ ସମାରୋହରେ ଭଜନ, ସମ୍ବଲପୁରୀ ନୃତ୍ୟ, ଓଡିଶୀ ନୃତ୍ୟ ଓ ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରତାପ କୁମାର ରାଉତ ସଂଯୋଜନା କରିଥିବା ବେଳେ ଉମେଶ ଚନ୍ଦ୍ର ସ୍ଵାଇଁ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ଭଗବତୀ ପୀଠରେ ରଜ ପ୍ରେମୀ ମାନଙ୍କ ଆଶାତୀତ ଭିଡ ପରିଲକ୍ଷିତ ହୋଇଥିଲା ବେଳେ ରଜ ଦୋଳି ଖେଳି ଯୁବତୀ ମାନେ ଖୁସି ମନାଇଥିଲେ। କୋଣାର୍କ ଥାନା ପୋଲିସ୍ ପକ୍ଷରୁ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

Leave a Reply

Your email address will not be published. Required fields are marked *