ଭଦ୍ରକରେ ଗୋମାତାଙ୍କୁ ‘ରାଷ୍ଟ୍ରମାତା’ର ମାନ୍ୟତା

ଭଦ୍ରକରେ ଗୋମାତାଙ୍କୁ ‘ରାଷ୍ଟ୍ରମାତା’ର ମାନ୍ୟତା ଦାବିଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନଭଦ୍ରକ, ୨୭ ଜୁଲାଇ: ସମଗ୍ର ହିନ୍ଦୁ ସମାଜ, ଭଦ୍ରକ ପକ୍ଷରୁ ଗୋମାତାଙ୍କୁ ‘ରାଷ୍ଟ୍ରମାତା’ର ମାନ୍ୟତା ପ୍ରଦାନ କରିବା ସହ ଗୋ ସୁରକ୍ଷା ଓ ସଂରକ୍ଷଣକୁ ଅଧିକ ସୁଦୃଢ଼ କରିବା ଦାବିରେ ସୋମବାର ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି।ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଭାରତୀୟ ସଂସ୍କୃତି ଓ ହିନ୍ଦୁ ପରମ୍ପରାରେ ଗାଈଙ୍କୁ ‘ଗୋମାତା’ ଭାବେ ସମ୍ମାନ ଓ ପୂଜା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗୋମାତାଙ୍କର ମହତ୍ତ୍ୱ ଅତୁଳନୀୟ ଏବଂ ତାଙ୍କ ଶରୀରରେ ୩୩ କୋଟି ଦେବାଦେବୀଙ୍କ ବାସ ରହିଛି ବୋଲି ମାନ୍ୟତା ରହିଛି। ଭାରତୀୟ କୃଷି, ପରିବେଶ, ଗ୍ରାମୀଣ ଅର୍ଥନୀତି ଓ ସାମାଜିକ ଜୀବନରେ ଗୋମାତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ‘ରାଷ୍ଟ୍ରମାତା’ର ମାନ୍ୟତା ପ୍ରଦାନ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।ସଂଗଠନର କହିବା ଅନୁଯାୟୀ, ଗୋମାତା ନିଃସ୍ୱାର୍ଥ ଭାବେ ମାନବ ସମାଜର ସେବା କରିଆସୁଛନ୍ତି। କ୍ଷୀର, ଗୋବର, ଗୋମୂତ୍ର ସମେତ ବିଭିନ୍ନ ଉପାଦାନ କୃଷି, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷାରେ ଉପଯୋଗୀ ହୋଇଥାଏ। ସେଥିପାଇଁ ଗୋମାତାଙ୍କ ସୁରକ୍ଷା, ସେବା ଓ ସଂରକ୍ଷଣ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି। ଏହାସହ ଗୋହତ୍ୟା ନିୟନ୍ତ୍ରଣ ଓ ଗୋ ସୁରକ୍ଷା ପାଇଁ ଅଧିକ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ମଧ୍ୟ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି।ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ମାନସ କୁମାର ମହାନ୍ତି, ଅପୂର୍ବ ବେହେରା, ପ୍ରଶାନ୍ତ ସାହୁ, ସନ୍ତୋଷ ଦାସ, ପ୍ରକାଶ ସ୍ୱାଇଁ, ବଜରଙ୍ଗୀ ତପନ, ଦିଲୁ ସାହୁ, ଜ୍ଞାନ ପ୍ରକାଶ ପାଣି, ବୁଲୁ ସାହୁ, ଶିପ୍ରା ରାଉତଙ୍କ ସମେତ ଗୋ ସମ୍ମାନ ଓ ଗୋ ସୁରକ୍ଷା ଅଭିଯାନର ବହୁ ସଦସ୍ୟ ଏବଂ ସମର୍ଥକ ଉପସ୍ଥିତ ରହିଥିଲେ।ଉପସ୍ଥିତ ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ଭାବେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରି ଏହାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ। ଗୋମାତାଙ୍କୁ ‘ରାଷ୍ଟ୍ରମାତା’ର ମାନ୍ୟତା ପ୍ରଦାନ କରିବା ସହ ଗୋ ସୁରକ୍ଷା ସମ୍ପର୍କିତ ଦାବିଗୁଡ଼ିକ ଉପରେ ସରକାର ସକାରାତ୍ମକ ବିଚାର କରିବେ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ।ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *