ଉତ୍ତର ଦାୟିତ୍ୱ

                  ଉତ୍ତର ଦାୟିତ୍ୱ

  🔹କବିରତ୍ନ ନୂତନ କୁମାର ବେହେରା

ଜୀବନ ଗଠନରେ ବ୍ୟକ୍ତି ବିଶେଷର ବ୍ୟକ୍ତିତ୍ବ
ତା’ ପାଇଁ ହୋଇଥାଏ ଶ୍ରେଷ୍ଠ କୃତିତ୍ୱ
ମାନବ ଜାତିର କଲ୍ୟାଣ ଲାଗି କରି ସେ କର୍ତ୍ତବ୍ୟ
ପାଳିଥାଏ ନିଷ୍ଠାର ସହିତ ତା’ ଉତ୍ତର ଦାୟିତ୍ୱ
ଜନ୍ମରୁ ଜୀବନ ତମାମ ହୋଇ ଜଣେ ପରିଶ୍ରମୀ
ତାର ପ୍ରଚେଷ୍ଟାରେ ରହିଥାଏ ଉଦ୍ୟମୀ
ହେବାକୁ ସୁଯୋଗ୍ୟ ସୁଦକ୍ଷ ରଖିଥାଏ ଲୟ
ଲବ୍ଧଜ୍ଞାନ ବଳରେ ଦୂରାଏ ତା’ ଅନ୍ତରର ଭୟ
ଜଣେ ଯା’ ବି ହେଉ ସମାଜ ଉପରେ କରେ ନିର୍ଭର
ତାର ସ୍ଵଭାବ ଚରିତ୍ର ନେଇ କରେ ବ୍ୟବହାର
ପରିବାର ଭିତରେ ଆତ୍ମୀୟତାର ସମ୍ପର୍କ
ପ୍ରକୃତି ପରିବେଶକୁ ନେଇ କରେ ବିଚାର ବିମର୍ଶ
ବନ୍ଧୁତାର ମଧୁର ବନ୍ଧନରେ ରହି ପ୍ରସନ୍ନ
ଭାବ ବିନିମୟେ ବିତାଉଥାଏ ତାର ଜୀବନ
ପିତା କି ମାତା ହୁଅନ୍ତୁ ଅବା ହେଉ ସେ ପୁତ୍ର କନ୍ୟା
ଜୀବନର ସ୍ରୋତ ଏକ ପ୍ରବାହିତ ବନ୍ୟା
ନିକଟ ସଂକଟ ବା ଥାଉ ଦୂର ବାଟର ଲକ୍ଷ୍ୟସ୍ଥଳ
ଆଶା ଆକାଂକ୍ଷାର ମୂଳସୂତ୍ର ଧରି ହୁଏ ସେ ସଫଳ
ପ୍ରତିଟି ପ୍ରବନ୍ଧ ପାଇଁ ଥାଏ ତାର ଉତ୍ତର ଦାୟିତ୍ୱ
କୃତିତ୍ୱ ଅର୍ଜେ ଯେତେ ଦିଏ ଯେତିକି ମହତ୍ତ୍ବ
ପିଢ଼ି ପରେ ପିଢ଼ି ବୁଝିଥାନ୍ତି ତାଙ୍କର ଉତ୍ତର ଦାୟିତ୍ୱ
ଦାୟାଦ ରୂପରେ ଦେଇ ଯଥାଯଥ ଗୁରୁତ୍ଵ
ସୃଷ୍ଟିର ନିୟମେ ବିଧିର ବିଧାନେ ସଭିଏଁ ବନ୍ଧା
ପ୍ରତିକୂଳର ଗତିରେ ସହି ଥାଆନ୍ତି ବହୁତ ବାଧା
ସାଂସାରର ଦୁଃଖ ଯନ୍ତ୍ରଣା ଜଣକୁ କରିଥାଏ ସହିଷ୍ଣୁ
ଅତୁଟ ବିଶ୍ଵାସରେ ହିଁ ମିଳିଥାନ୍ତି ଶ୍ରୀବିଷ୍ଣୁ
ଉତ୍ତର ଦାୟିତ୍ୱ ନିଭାଇ ଜଣେ ହୋଇଥାଏ ସାର୍ଥକ
ସେ ହିଁ ସମାଜର ପ୍ରକୃତ ରକ୍ଷକ ଓ ସେବକ
ପ୍ରତ୍ୟେକେ ନିଜ ନିଜ କ୍ଷେତ୍ରେ ରୁହନ୍ତି ଉତ୍ତରଦାୟୀ
କା’ର ଜୀବନ ନ ହୋଇଥିଲେ ମଧ୍ୟ ଚିରସ୍ଥାୟୀ
ଅନ୍ତର୍ନିହିତ ପ୍ରତିଭାକୁ କରି ତାର ବିକାଶ ପ୍ରକାଶ
ସତ୍କର୍ମରେ ହୋଇଥାଏ ଜଣେ ଉତ୍ତମ ମଣିଷ
ନ ରଖିଲେ ଜଣେ ତାର ଉତ୍ତର ଦାୟିତ୍ୱ
ମାନବବାଦର ମହନୀୟତାରେ ରହେନାହିଁ ସତ୍ତ୍ଵ ।

 ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ନବସୃଜନ’ ଇ-ପତ୍ରିକା, କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *