ସ୍ୟାଣ୍ଡଆର୍ଟ

ଆଜି ଶାରଦୀୟ ଦୁର୍ଗା ପୂଜାର ମହାସପ୍ତମୀ । ପ୍ରତ୍ୟକ ପୂଜା ମଣ୍ଡପ ଏଥିପାଇଁ ଚଳଚଞ୍ଚଳ। ଏହି ପବିତ୍ର ଦିବସରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି। ପୁରୀ ବେଳାଭୂମିରେ ସୁଦର୍ଶନ ଏହି ଆକର୍ଷଣୀୟ ବାଲୁକା ଚିତ୍ରକଳାଟିକୁ କରିଥିବା ବେଳେ ଏଥିରେ ଛୋଟଛୋଟ ଶଙ୍ଖ ଓ ଶାମୁକା ବ୍ୟବହାର ହୋଇଛି। ଦେବୀ ଦୁର୍ଗାଙ୍କ ମୁଖମଣ୍ଡଳକୁ ବାଲୁକା ଚିତ୍ରକଳାରେ କରାଯାଇ ଥିବାବେଳେ ଏହା ବେଶ୍ ଆକର୍ଷଣୀୟ ହୋଇଛି।

Leave a Reply

Your email address will not be published. Required fields are marked *