ନିଖିଳ ଉତ୍କଳ ସଂକୀର୍ତନ ମହା ସଂଘର ନୂତନ କମିଟି ଗଠିତ
ଭୁବନେଶ୍ୱର – ନିଖିଳ ଉତ୍କଳ ସଂକୀର୍ତନ ମହାସଂଘର ନୂତନ କମିଟି ଗଠିତ ହୋଇଯାଇଛି । ଗତ ଶନିବାର ଦିନ ଭୁବନେଶ୍ୱରର ବୁଦ୍ଧ ମନ୍ଦିର ପରିସରରେ ମହାସଂଘର ରାଜ୍ୟ ସଂଯୋଜକ ବିରଞ୍ଚି ନାରାୟଣ ସ୍ବାଇଁଙ୍କ ତତ୍ୱାବଧାନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ମହାସଂଘର ବହୁ ସଦସ୍ୟ ଯୋଗ ଦେଇଥିଲେ । ଆଗାମୀ ଦିନରେ ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ବଦ୍ଧରେ ବୈଠକରେ ଆଲୋଚନା ହେବା ସହ ନୂତନ କମିଟି ଗଠିତ ହୋଇଯାଇଛି l ଏହି ନୂତନ କମିଟିରେ ବିଷ୍ଣୁ ଚରଣ ମହାନ୍ତି ସଭାପତି,ସଞ୍ଜୟ କୁମାର ଦାସ ସମ୍ପାଦକ,ବଳରାମ ବେହେରା କୋଷାଧକ୍ଷ, ଲୋକନାଥ ମିଶ୍ର, ଚୈତନ୍ୟ ସୁବୁଦ୍ଧି ଉପସଭାପତି,ଗୋଲକ ବିହାରୀ ଗୋଛାୟତ, ରାଧାକୃଷ୍ଣ ପଣ୍ଡା,ପ୍ରମୋଦ ଦାସ ସାହସମ୍ପାଦକ,ବାବା ପଞ୍ଚଦେବ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ମଦନ ମୋହନ ଦାସ, ମହେଶ ଚୌଧୁରୀ ଏବଂ ମହନ୍ତ ବନମାଳୀ ଦାଶ ଉପଦେଷ୍ଟା ମଣ୍ଡଳୀରେ ରହିଛନ୍ତି ।ଏହି କମିଟି ଆଗାମୀ ୫ବର୍ଷ ପାଇଁ କାର୍ଯ୍ୟ କରିବ ବୋଲି ପର୍ଯ୍ୟବେକ୍ଷକ ବାବାଜୀ ସ୍ୱାଇଁ ସୂଚନା ଦେଇଛନ୍ତି।

