ଶ୍ରାବଣ ମାସରେ ଶୈବ ପୀଠ ଆଜି ଚଳଚଞ୍ଚଳ
ଶ୍ରାବଣ ମାସରେ ଶୈବ ପୀଠ ଆଜି ଚଳଚଞ୍ଚଳ
(ଆଶୁ କବି – ପ୍ରକୃତି ବନ୍ଧୁ ହରିହର ସାହୁ)
ଧାରା ଶିରା ବଣ ଶ୍ରାବଣ ମାସ ପ୍ରଥମ ସୋମବାର
ବୋଲ୍ ବମ୍ ଭକତ ଙ୍କ ର
ଘେନ ଭକ୍ତି ର ହାର
ହେ ଶିବ ଶଙ୍କର
ଦେବ ଦେବ ମହାଦେବ ନାମ ତୁମର।।
ତୁମେ ପାର୍ବତୀ ବର
ଆହେ ଭୋଳା ଶଙ୍କର
କପିଳାସ ପୀଠ ଆଜି
ଶୋଭା ମୁଖର
ଜଳାଭିଷେକ ପାଇଁ ଖୋଲୁଛି
ଦ୍ବାର।।
ଶ୍ରଦ୍ଧାଳୁ ଙ୍କ ସମାଗମ ହେଲା ପ୍ରବଳ
ପ୍ରକମ୍ପିତ ହେଲା କପିଳାସ ମନ୍ଦିର
ଦ୍ଵିତୀୟ କୈଳାସ କ୍ଷେତ୍ର
କପିଳାସ ରେ ନାମିତ
ପୂଜା ପାଉଛନ୍ତି ପ୍ରଭୁ
ଚନ୍ଦ୍ରଶେଖର
କପିଳାସ ପୀଠ ଆଜି ଚଳଚଞ୍ଚଳ।।
ସେବାୟତ ମାନେ ଖୁସି ମନରେ ଆସି
ପୂଜା କରୁଛନ୍ତି ପ୍ରଭୁ ହୋଇଣ ଖୁସି
ଦେବ ଦେବ ମହାଦେବ
ପାଉଛନ୍ତି ଯେ ନୈବେଦ୍ୟ
ବେଲପତ୍ର ସଙ୍ଗେ ନାରିକେଳ ତ ଜାଣ
ଦୟାର ସାଗର ପ୍ରଭୁ
ଘେନ ଜଣାଣ।।
(ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ,)
