ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର କ୍ଷେତ୍ରୀୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା।

ବ୍ରହ୍ମପୁର ସ୍ଥ ସ୍ଥାନୀୟ ମା ସରସ୍ବତୀ ଶିଶୁବିଦ୍ୟା ମନ୍ଦିର, ଅରବିନ୍ଦନଗର ଠାରେ ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ତରଫରୁ ସଂସ୍ଥାନ ସ୍ଥରିୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମକୁ ରଙ୍ଗାଈଲୁଣ୍ଡା ବ୍ଲକ ଶିକ୍ଷାଧୀକାରି ଦେବେନ୍ଦ୍ର ବେହେରା ଉଦଘାଟନ କରିଥିଲେ ଏଥିରେ ଗଞ୍ଜାମ ଜିଲ୍ଲାରୁ 15ଟି ବିଦ୍ୟାଳୟରୁ ପ୍ରାୟ 150ଟି ପ୍ରକଳ୍ପ ସ୍ଥାନ ପାଇଥିଲା ଏବଂ 15ଟି ଗଣିତ ପ୍ରକଳ୍ପ ସ୍ଥାନପାଇଥିଲା ବିଚାରକ ଭାବେ ଶାନ୍ତନୁ ପାଣି, ବ୍ରଜମୋହନ ସାବତ, ତୁହାନି ମହାପାତ୍ର, ରାମଚନ୍ଦ୍ର ବିଶୋଇ, ଦୀପକ ପାଢ଼ୀ, ପ୍ରିୟାଂଶୁ ଶେଖର ସାହୁ, ରଞ୍ଜନ କୁମାର ସାହୁ ଯୋଗ ଦେଇଥିଲେ l

ସମାରୋପରେ ମହାମଣ୍ଡଳେଶ୍ଵର କମଳାକାନ୍ତ ମହାରାଜ , ଡ଼. ସୁବାଷ ଚନ୍ଦ୍ର ସାହୁ , ଜୟଶେନ ପ୍ରଧାନ, ଡ଼.ତ୍ରିନାଥ ମହାପାତ୍ର ଯୋଗଦେଇଥିଲେ ରାଜେନ୍ଦ୍ର କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୃତ୍ୟୁଞ୍ଜୟ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରକାଶ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ଶେଷରେ କୃତି ପ୍ରତିଯୋଗି ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ବିଦ୍ୟାଳୟର ସମ୍ପାଦକ କୁମୁଦ ରଞ୍ଜନ ପଣ୍ଡାଙ୍କ ସମେତ ଉପସ୍ଥିତ ଥିବା ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *