ବିପୁଳ ପରିମାଣର କଫ ସିରପ ଜବତ : ୩ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର ଅଫିସ,୨୪।୩: ବଲାଙ୍ଗୀର ସହର ବିଜାଖମନରୁ ଶୁକ୍ରବାର ବିପୁଳ ପରିମାଣର କଫ ସିରପ ଜବତ ହୋଇଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକର ବିଶ୍ୱନାଥ ମୂଲିଆ, ଯାଜପୁରର ମହେଶ୍ୱର ମହାନ୍ତି ଓ କଳାହାଣ୍ଡିର ଲାଲଧର ପଟେଲ । ସେମାନଙ୍କଠାରୁ ୪ଟି ମୋବାଇଲ ଓ ୫,୪୦୦ ଟଙ୍କା ଜବତ ହୋଇଛି।
୭ଟି ପେଟିରେ ୨୨୪୦ ବୋତଲ କଫ ସିରପ ଚାଲାଣ ହେଉଥିବା ଜଣାପଡ଼ିଛି। କଫ ସିରପ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସ ଖବରପାଇ ବିଜାଖମନଠାରେ ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିଥିଲା।
କଫ ସିରପ କଟକରୁ ଏକ ଘରୋଇ ବସ୍‌ରେ ବଲାଙ୍ଗୀର ଆଣି ଅଧରାସ୍ତାରେ ରଖି ସହରରେ ବିଭିନ୍ନ ବ୍ୟବସାୟୀଙ୍କୁ ଚାଲାଣ ହେବାର ଯୋଜନାଥିଲା ।

Leave a Reply

Your email address will not be published. Required fields are marked *