ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନରେ ଓଡ଼ିଶା ବାସୀ ଙ୍କୁ ସୁଭଦ୍ରା ଯୋଜନା ଉପହାର

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସର ମଧ୍ୟ ରେ ସୁଭଦ୍ରା ଯୋଜନା ସକାଶେ ଏକ ଭବ୍ୟ ଆୟୋଜନ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଇକିଆ ବ୍ଲକ ଅଧକ୍ଷ ପ୍ରିତମ ଚନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଯୋଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ପୂର୍ବତନ ବିଧାୟକ ମନୋଜ ପ୍ରଧାନ,ଓବିସି ଜିଲ୍ଲା ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଲେଙ୍କା,ଯୁବ ସଭାପତି ସନ୍ତୋଷ ପାତ୍ର,ବିଡ଼ିଓ ସିମାଞ୍ଚଳ ମଣ୍ଡଳ, ସିଡ଼ିପିଓ ମୌନାବତି ପାତ୍ର ମଞ୍ଚାଷିନ ରହିଥିଲେ।ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବସିବାର ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଖାଦ୍ୟ, ପାନୀୟ, ଶୌଚାଳୟ ର ବ୍ୟବସ୍ଥା ହୋଇଥିବା ବେଳେ ପୋଲିସ ପ୍ରଶାସନ ,ଅଗ୍ନିଶମ ବାହିନୀ ମୁତୟନ ହୋଇଥିଲେ । ସୁଭଦ୍ରା ଯୋଜନା ମାଧ୍ୟମରେ କିପରି ଭାବେ ମହିଳା ମାନେ ସଶକ୍ତି କରଣ ହେବେ ଏବଂ ଏହି ଯୋଜନା ମାଧ୍ୟମରେ ମହିଳା ମାନେ କିପରି ଭାବେ ସ୍ବାବଲମ୍ବୀ ହେବେ ସେହି ଉପରେ ବିଡ଼ିଓ ସିମାଞ୍ଚଳ ମଣ୍ଡଳ ଅଭିଭାଷଣ ପ୍ରଦାନ କରିଥିଲେ ।ଉପସ୍ଥିତ ଅତିଥି,ମୁଖ୍ୟ ଅତିଥି ,ପୋଲିସ,ଅଗ୍ନିଶମ ବାହିନୀ,ଗଣମାଧ୍ୟମ ଏବଂ ମହିଳା ମାନ ଙ୍କୁ ସ୍ଵାଗତ ଜଣାଇ ବିଡ଼ିଓ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ମଞ୍ଚ ପରିଚାଳନା ବିପିଏମ୍ ଜୟଦେବ ପ୍ରଧାନ କରିଥିଲେ l ୧୭ ସେପ୍ଟେମ୍ୱର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ବଚ୍ଛତା ଦିବସ ପାଳନ କରିବା ସହିତ ସ୍ବଚ୍ଛତା ସଂସ୍କାର ପାଇଁ ଶପଥ ଗ୍ରହଣ କରାଯାଇଥିଲା l ଏହି ଅବସରରେ ୧୦ ଜଣ ହିତାଧିକାରୀ ଙ୍କୁ ଆବାସ ଯୋଜନା ଗୃହର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ୧୦ ଜଣ ହିତାଧିକାରୀ ଙ୍କୁ ଉପସ୍ଥିତ ଥିବା ସମିତି ସଭ୍ୟ,ସରପଞ୍ଚ ଏବଂ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ମାନଙ୍କ କର କମଳରେ ଗୃହ ପ୍ରବେଶ ପାଇଁ ତାଲା ଚାବି ପ୍ରଦାନ କରାଯାଇଥିଲା l

ତାପରେ ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ବର ଏୟାରପୋର୍ଟରୁ ସିଧା ଗାଡ଼କଣା ପ୍ରଧାନମନ୍ତ୍ରୀ ଯାଇଥିବା ଭିଡିଓ ପ୍ରଦର୍ଶନ କରାଯାଇଥିଲା l ଜନତା ମଇଦାନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିବା ଭିଡିଓ ପ୍ରଦର୍ଶନ କରାଯାଇଥିଲା l ପ୍ରଧାନ ମନ୍ତ୍ରୀ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବା ପରେ ମହିଳା ମାନଙ୍କ ବ୍ୟାଙ୍କ୍ ଖାତାକୁ ଡିବିଟି ମଧ୍ୟରେ ୫ ହଜାର ଲେଖାଏଁ ଟଙ୍କା ଆସିଥିବାରୁ ମହିଳା ମାନେ ଖୁସି ବ୍ୟକ୍ତ କରିଛନ୍ତି l ବର୍ଷକୁ ୨ ଟି କିସ୍ତି ମାଧ୍ୟମରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ବେଳେ ଏହି ଯୋଜନାରୁ ସିଧା ସଳଖ ଟଙ୍କା ପାଇ ମହିଳା ମାନେ କ୍ଷୁଦ୍ର ଶିଳ୍ପ କରି ବ୍ୟବସାୟ କରି ସ୍ବାବଲମ୍ବୀ ହୋଇ ପାରିବେ ବୋଲି ଆଶା ରଖି ସୁଭଦ୍ରା ଯୋଜନା ରେ ପ୍ରଥମ କିସ୍ତି ରେ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ର ନୂତନ ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ସମସ୍ତ ହିତାଧିକାରୀ ମହିଳା ମାନେ ଧନ୍ୟବାଦ ଜଣେଇଥିଲେ l

Leave a Reply

Your email address will not be published. Required fields are marked *