ପିତା ମାତାଙ୍କ ସେବା ହିଁ ପୁତ୍ର କନ୍ୟାଙ୍କ ଶ୍ରେଷ୍ଠ କର୍ତ୍ତବ୍ୟ।

ଡେଲାଙ୍ଗ, ୪/୫ପିତାମାତାଙ୍କ ସେବା ହିଁ ପୁତ୍ର କନ୍ୟାଙ୍କ ଶ୍ରେଷ୍ଠ କର୍ତ୍ତବ୍ୟ ଓ ପିତାମାତାଙ୍କ ଆଶୀର୍ବାଦ ପ୍ରତ୍ୟେକଙ୍କ ଜୀବନ ପାଇଁ ଶାନ୍ତିର ଆଧାର ବୋଲି ଡେଲାଙ୍ଗ ହାଟ ସତ୍ୟବାଦୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କବିତା ଆସରରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।ଆଶୁକବି ତଥା ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠୋତ୍ସବ ଓ ସମ୍ବର୍ଧନା ପର୍ବରେ ମୁଖ୍ୟ ଅତିଥି ଭାବେ ସୁନାମଧନ୍ୟ ଶିଶୁକବି ଡଃ ହେମନ୍ତ କୁମାର ଛୋଟରାୟ, ମୁଖ୍ୟବକ୍ତା ଭାବେ ପ୍ରିୟପାତ୍ର ପତ୍ରିକାର ସମ୍ପାଦକ ଆଇନଜୀବୀ ବିପିନି ଦଳାଇ, ବିଶିଷ୍ଟ ଅତିଥି ଭାବେ ଉତ୍କଳ ମଣି ସ୍ମୃତି ମହାବିଦ୍ୟାଳୟ ଅଧ୍ୟାପିକା ଶ୍ରୀମତୀ ସ୍ଵର୍ଣ୍ଣଲତା ମାହାରୀ ,ଗାନ୍ଧୀ ତତ୍ତ୍ଵ ପ୍ରଚାରକ ସମାଜସେବୀ ଅନାମ ମଲ୍ଲିକ,ବିଶିଷ୍ଟ ଜ୍ୟୋତିର୍ବିଦ ଦେବୀ ପ୍ରସାଦ ମହାପାତ୍ର, ଲକ୍ଷ୍ମୀ ନାରାୟଣ ପାଠୀ, ସାହିତ୍ୟିକ ରବିନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ସାହିତ୍ୟ ମାଧ୍ୟମରେ ସମାଜରେ ସଂସ୍କାର ଓ ମନୋବୃତ୍ତିରେ ଶୁଦ୍ଧତା ଅଣାଯିବା ଉଚିତ୍ ଏବଂ ପିତାମାତାଙ୍କ ପ୍ରତି ପୁତ୍ର କନ୍ୟାଙ୍କ ଯଥୋଚିତ କର୍ତ୍ତବ୍ୟ ପାଳନ ବାଞ୍ଛନୀୟ ବୋଲି ବକ୍ତବ୍ୟରେ ବ୍ୟକ୍ତ କରିଥିଲେ। ଅନୁଷ୍ଠାନର ସମ୍ପାଦକ କବି ତଥା ବରିଷ୍ଠ ଶିକ୍ଷକ ପ୍ରଭାତ କୁମାର ସେଠୀ ସମ୍ପାଦକୀୟ ବିବରଣୀ ପାଠ ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।କବି ପ୍ରଭାସ କୁମାର ପ୍ରଧାନ ଓ ଅଧ୍ୟାପିକା ସୌଦାମିନୀ ବେହେରା କବିତା ସଂଯୋଜନା କରିଥିଲେ। , ବରିଷ୍ଠ କବି ରୋହିତ ଚମ୍ପତ୍ତି,କବି ଅଜୟ ବଳିୟାର ସିଂହ,ପ୍ରବଚକ ଶରତ ରାଉତ, କବି ସୁଦର୍ଶନ ପ୍ରଧାନ,ଶ୍ରୀମାନ ଗମାନ୍ତିଆ,ବ୍ୟାଙ୍କ କବି ଶ୍ରୀମାନ ଗବା,ଡ଼. ପ୍ରଭାସ ପ୍ରଧାନ, ଦ୍ୱତିକୃଷ୍ଣ ମହାନ୍ତି ,ସୁରେଶ ମନ୍ତ୍ରୀ, ଜିତେନ୍ଦ୍ର ପ୍ରଧାନ , ଲିଙ୍ଗରାଜ ମହାପାତ୍ର , କବୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ବାଇଁ,ଡଃ ଶଶ୍ମିତା ନାୟକ, ଜିତେନ୍ଦ୍ର ନାଥ ପେଣ୍ଠୋଇଙ୍କ,ହରିହର ବଳବନ୍ତରାୟ, ଲଲାଟେନ୍ଦୁ ପଣ୍ଡା, ନିରଞ୍ଜନ ସାମନ୍ତରାୟଙ୍କ ସହ ବିଭିନ୍ନ ଅଞ୍ଚଳର କବି କବୟିତ୍ରୀ ମାନେ ସ୍ବରଚିତ କବିତା ମାଧ୍ୟମରେ ସମାଜକୁ ଦିଗ୍ ଦର୍ଶନ ଦେଇଥିଲେ। ସମସ୍ତଙ୍କୁ ମାନପତ୍ର ଉତ୍ତରୀୟ ସହ ସମ୍ବର୍ଧନା ଦିଆ ଯାଇଥିଲା।ଅଭିଲିପସା ,ଅନସୂୟା, ଅଲିପସା ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *