ନୀଳଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଉଦଘାଟିତ

ନୀଳଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଉଦଘାଟିତ lମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଶ୍ରୀ ଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟ ର ଅଧ୍ୟକ୍ଷl ଡ଼ ହରପ୍ରିୟା ଦାଶ ଙ୍କ ଦ୍ୱାରା ଆଜି ପୂର୍ବାହ୍ନ ରେ ଉଦଘାଟିତ ହୋଇଯାଇଅଛି l ସେ କହିଲେ ନାରୀମାନେ ଶକ୍ତି ମୟୀ l ମା ଦୁର୍ଗା, ଙ୍କ ପରି ଅତ୍ୟାଚାରୀ ମାନଙ୍କୁ ବିନାଶ କରିପାରନ୍ତି l ରାଷ୍ଟ୍ର ଗଠନ ରେ ଛାତ୍ରୀ ମାନଙ୍କର ଭୂମିକା ଅତୁଳନୀୟ l ଅଧ୍ୟକ୍ଷl ତଥା କାର୍ଯ୍ୟକ୍ରମ ସଂଯୋଜିକା ଡ଼ ମୀରା ରlରlଣୀ ଖଣ୍ଡୁ ଆଳ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ ର ରୂପରେଖ ସମ୍ପ ର୍କରେ ଆଲୋକପାତ କରିଥିଲେ l ପ୍ରାଧ୍ୟାପକ ଡ଼ ବଳରାମ ଦାଶ ମୁଖ୍ୟ ବକ୍ତା ରୁପେ ଯୋଗ ଦେଇ ନାରୀ ସଶକ୍ତି କରଣ ଓ ନାରୀ ମାନେ ହିଁ ସମାଜର ମାର୍ଗଦର୍ଶକ l ପୁରାଣ ଶାସ୍ତ୍ର ଓ ଇତିହାସ ର ଉଦାହରଣ ଦେଇ ଗାନ୍ଧାରୀ, କୁନ୍ତୀ, ଦ୍ରୌପଦୀ ମୀରାବାଇ, ଇନ୍ଦିରା ଗାନ୍ଧୀ ଙ୍କ ପରି ନାରୀ ସମାଜ ପାଇଁ ବିରଳ ବୋଲି ମତବ୍ୟକ୍ତ କରି ନାରୀ ଶକ୍ତିର ଜୟଗାନ କରିଥିଲେ l ଅଧ୍ୟାପକ ଶ୍ରୀନିବାସ ସାହୁ ଧନ୍ୟବାଦ ଦେଇଥିଲେ l ଏହି କାର୍ଯକ୍ରମ ଛଦିନ ଧରି ଚାଲିବ l ଏହି ଅବସରରେ ଛାତ୍ରୀ ମାନଙ୍କୁ ନେଇ ବାଳିକା ଆତ୍ମକୌଶଳ ଶିବିର ଆଜିଠାରୁ ଆରମ୍ଭ ହୋଇ ଯାଇଛି l

Leave a Reply

Your email address will not be published. Required fields are marked *