ସରକାରୀ ଜମି ବେଆଇନ ହସ୍ତାନ୍ତର କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ

ସରକାରୀ ଜମି ବେଆଇନ ହସ୍ତାନ୍ତର କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।ପୁରୀ ୨/୪ କୋଣାର୍କ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସରକାରୀ ଜମି କୁ ବେଆଇନ୍ ଭାବରେ ନୋଟାରି ଆଫିଡେଭିଟ୍ ମାଧ୍ୟମରେ ହସ୍ତାନ୍ତର ହେଉଥିବାର ଖବର ଜିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚର ହୋଇଅଛି । ଏହି ମୌଜାର ବନ୍ଦୋବସ୍ତ କାର୍ଯ୍ୟ ଚାଲୁଅଛି ଏବଂ ଏହା ସମ୍ପୂର୍ଣ୍ଣ ହୋଇ ନାହିଁ । ନୋଟାରି ଆଫିଡେଭିଟ୍ ମାଧ୍ୟମରେ ହସ୍ତାନ୍ତର ସମ୍ପୂର୍ଣ୍ଣ ଭାବେ ବେଆଇନ୍ ଅଟେ ।ଏହାଦ୍ୱାରା ଅନେକ ଲୋକ ଠକାମିର ଶିକାର ହେଉଥିବାର ସୂଚନା ମିଳୁଛି । ଏଣୁ କୌଣସି ବ୍ୟକ୍ତି ଏଭଳି ପ୍ରକାର ବେଆଇନ ଭାବରେ ଜମି ନୋଟାରି ଆଫିଡେଭିଟ୍ ମାଧ୍ୟମରେ କ୍ରୟ କରିବାଠୁ ଦୁରେଇ ରୁହନ୍ତୁ। ଏଭଳି ହସ୍ତାନ୍ତର ହେଉଥିବାର ନଜର ଆସିଲେ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।ବେଆଇନ କାର୍ଯ୍ୟ ରେ ଲିପ୍ତ ରହୁଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *