ଶ୍ରମିକ କଂଗ୍ରେସର ତିନି ଗୋଟି ଶାଖା କର୍ମକର୍ତ୍ତା ନିର୍ବାଚିତ
ଜଟଣୀ, ସ୍ଥାନୀୟ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ବିଜେବି ଇନଷ୍ଟିଚ୍ୟୁଟ ଠାରେ ଶ୍ରମିକ କଂଗ୍ରେସର ତିନି ଗୋଟି ଶାଖାର ଦୁଇ ବାର୍ଷିକ କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛି। ଆଜି ପୂର୍ବାହ୍ନ ସାଢେ଼ ଦଶଟା ରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବ୍ରାଞ୍ଚର ସମ୍ପାଦକ ମାନେ ନିଜ ଦୁଇ ବର୍ଷର କାର୍ଯ୍ୟକାଳ ସମୟେ ବିଭିନ୍ନ ଉପଲବ୍ଧି ସମ୍ପର୍କରେ ଲିଖିତ ସଂପାଦକୀୟ ପାଠ କରିଥିଲେ। କୋଷାଧ୍ୟକ୍ଷ ମାନେ ଆୟ ବ୍ୟୟ ହିସାବ ଦେବାପରେ ତାହା ଗୃହରେ ପାରିତ ହୋଇଥିଲା। କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ପରେ ସାଧାରଣ ସମ୍ପାଦକ ଶ୍ରୀ ସାହୁ ପୁରାତନ ଶାଖା ପରିଷଦ କୁ ଭଙ୍ଗ ଘୋଷଣା କରି ନିର୍ବାଚନ କମିଶନର ଭାବେ କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ଏମ ଜି କେ ରାଓ ଙ୍କୁ ନୂତନ ପରିଷଦ ନିର୍ବାଚନ ନିମନ୍ତେ ନିଯୁକ୍ତି ଦେଇଥିଲେ। ପୂର୍ବରୁ ନୋମିନେଶନ କରିଥିବା ପାର୍ଥୀ ମାନଙ୍କ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲା। ଓପନ ଲାଇନ ଶାଖା ସମ୍ପାଦକ ଭାବରେ ଶ୍ରୀ ଏଲ ଡି ମହାନ୍ତି ପୁନଃ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବାବେଳେ ସଭାପତି ଭାବେ ସତ୍ୟରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ମହମ୍ମଦ ମୁସ୍ତାକ ଅଲ୍ଲୀ, ଉପସଭାପତି ଭାବେ ଜି ଆର୍ ମୋହନ ରାଓ, ଅଶ୍ୱିନ ସାହୁ, ସହ ସଂପାଦକ ଭାବେ ପି ରାଜା ରାଓ, ରାକେଶ ଘଡେ଼ଇ, ତ୍ରିଲୋଚନ ବେହେରା, କେ ତାରକେଶ୍ୱର ରାଓ, ସାଂଗଠାନିକ ସମ୍ପାଦକ ଭାବେ ପ୍ରଦୀପ ସୁନ୍ଦରାୟ, ସୁନିଲ ପରିଡ଼ା ପ୍ରମୁଖ ନୂତନ ଭାବେ ନିର୍ବାଚିତ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ ଅକ୍ଷୟ କୁମାର ପ୍ରଧାନ ନିର୍ବାଚିତ ହୋଇଥିଲେ। ରନିଂ ବ୍ରାଞ୍ଚ ର ସମ୍ପାଦକ ପ୍ରଫୁଲ୍ଲ ବେହେରା, ସଭାପତି ସେକ୍ ଅବଦୁଲ କଇମ୍, କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାହାକ, କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଉପସଭାପତି ଭାବେ ଜି ବି କେ ହରିଚନ୍ଦନ, ମହେଶ କୁମାର ସ୍ବାଇଁ, ସହ ସମ୍ପାଦକ ଦୀପକ କୁମାର, ତପନ କୁମାର ବେହେର, ନାରାୟଣ ଜେନା, ସଂଘଠାନିକ ସମ୍ପାଦକ ଭାବେ ଜୟନ୍ତ କୁମାର ସାମଲ, ସୁଧାକର ଜେନା ନାନିର୍ବାଚିତ ହୋଇଥିଲେ। ହେଡ଼କ୍ୱାର୍ଟର ଶାଖାର ସମ୍ପାଦକ ଭାବରେ ଧୁଶାସନ ସାହୁ , ସଭାପତି ଭାବେ ଗୋପାଳ ଦାସ , କାର୍ଯ୍ୟକାରୀ ସଭାପତି ଭାବେ ରୁନି ବେହେରା, ଉପସଭାପତି ବି ଭି ଆପା ରାଓ, କେ ସି ବେହେରା, ସହ ସଂପାଦକ ଭାବେ ୟୁ ଶଙ୍କର ରାଓ, ରମେଶ ପଳେଇ, ଏସ ସାଇ କ୍ରିଷ୍ଣା, ଗଜେନ୍ଦ୍ର ନାୟକ, ସଂଘଠାନିକ୍ ସମ୍ପାଦକ ଭାବେ ସୁବାସ ଦାସ, ସଂପାଦିକା ଭାବେ ଅର୍ପିତା ମହାନ୍ତି ଓ କୋଷାଧ୍ୟକ୍ଷ ଭାବେ ରବିନ୍ ପରିମାଣିକ ନୂତନ ଭାବେ ନିର୍ବାଚିତ ହୋଇଥିଲେ। ଯୁବ ବାହିନୀର ସଂଯୋଜକ ଭାବେ ପି ଏସ କେ ରେଡ୍ଡୀ, ସହ ସଂଯୋଜକ ଭାବେ ଅଶୋକ ଭୋଳ, ସଭାପତି ଭାବେ ଆୟୁଷ ହର୍ସ ଓ କୋଷାଧ୍ୟକ୍ଷ ଭାବେ ସନ୍ତୋଷ ଖଟେଇ ନିର୍ବାଚିତ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସହ ସଂଯୋଜକ ଶ୍ରୀ ସୁନୀଲ କୁମାର ଭଞ୍ଜ, କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ପ୍ରମୋଦ କୁମାର ସାହାଣୀ, ସୁବ୍ରତ ପଣ୍ଡା, ତ୍ରିଲୋଚନ ମହାନ୍ତି ,ଶରତ କୁମାର ପଣ୍ଡା ଆଶୁତୋଷ ମହାନ୍ତି, ଆଶୁତୋଷ ବ୍ରହ୍ମା, ଭୀ ଏସ ପ୍ରସାଦ, ଏ ଶ୍ରୀନିବାସ, ଅମିତ୍ କୁମାର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

