ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ

ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ସରକାରୀ ବୀମା କମ୍ପାନି (ଏଲଆଇସି)ର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି। ୩ ମାସ ପାଇଁ ତାଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି । ଆସନ୍ତା ମାର୍ଚ୍ଚ ୧୪ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିବେ ।

ବର୍ତ୍ତମାନର ଏଲଆଇସି ଅଧ୍ୟକ୍ଷ ଏମଆର କୁମାରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯାଇ ନଥିବା ବୀମା କମ୍ପାନି ସ୍ପଷ୍ଟ କରିଛି । ସୂତ୍ର ଅନୁସାରେ ସିଦ୍ଧାର୍ଥ ମହାନ୍ତି ନିଜର ପୂର୍ବ ଦାୟିତ୍ୱ ସହ ଅନ୍ତରୀଣ ଅଧ୍ୟକ୍ଷ ପଦ ସମ୍ଭାଳିବେ । ଷ୍ଟକ ଏକ୍ସଚେଞ୍ଜକୁ ଶନିବାର ଏଲଆଇସି ଏହି ସୂଚନା ଦେଇଛି ।

ସିଦ୍ଧାର୍ଥ ମହାନ୍ତି ବର୍ତ୍ତମାନ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ଏବଂ ସିଇଓ ଅଛନ୍ତି । ୨୦୨୧ ଫେବ୍ରୁଆରୀ ୧ରେ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିଲା । ୨୦୨୩ ଜୁନ ୩୦ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ । ଏଲଆଇସିର ନେତୃତ୍ୱ ଜଣେ ଅଧ୍ୟକ୍ଷ ଏବଂ ଚାରି ଜଣ ଏମଡି ହାତରେ ରହିଥାଏ । ବର୍ତ୍ତମାନ ସମୟରେ ବିଷ୍ଣୁ ଚରଣ ପଟ୍ଟନାୟକ, ଆଇପେ ମିନି, ସିଦ୍ଧାନ୍ତ ମହାନ୍ତି ଏବଂ ରାଜ କୁମାର କମ୍ପାନିରେ ଏମଡି ଅଛନ୍ତି । ଏମଆର କୁମାର କମ୍ପାନିର ଅଧ୍ୟକ୍ଷ ଅଛନ୍ତି ।

Leave a Reply

Your email address will not be published. Required fields are marked *