ଶ୍ରୀମନ୍ଦିର ଆଜି ଚଳଚଞ୍ଚଳ

ଶ୍ରୀମନ୍ଦିର ଆଜି ଚଳଚଞ୍ଚଳ
ସ୍ନାନ ମଣ୍ଡପ ରେ ପ୍ରଭୁ
(ପ୍ରକୃତି ବନ୍ଧୁ ହରିହର ସାହୁ, ଏମ୍, ଏ, (ଓଡ଼ିଆ) ବି, ଏଡ୍(ଉତ୍କଳ)
ଶ୍ରୀ ମନ୍ଦିର ଆଜି ଚଳ ଚଞ୍ଚଳ
ସ୍ନାନ ମଣ୍ଡପ ରେ ପ୍ରଭୁ
ଚତୁର୍ଥା ମୁରତି ସ୍ନାନ ମଣ୍ଡପ ରେ
ଦେଖା ଦେଉଛନ୍ତି ପ୍ରଭୁ।।
ସ୍ନାନ ପୂର୍ଣ୍ଣିମା ଯେ ପବିତ୍ର ପୂର୍ଣ୍ଣିମା
ଶ୍ରୀକ୍ଷେତ୍ର ଚଳ ଚଞ୍ଚଳ
ଭକତ ମାନଙ୍କ ମନରେ ଭକ୍ତି
ହୃଦୟ ଅଟେ ବିକଳ।
ସାଢେ଼ ଚାରି କୋଟି ଓଡିଆ ଠାକୁର
ଓଡ଼ିଆ ମାନଙ୍କ ନେତା
ଓଡ଼ିଆ ର ଭାବ ଓଡ଼ିଆ ସଂସ୍କୃତି
ସିଏ ତ ଜଗତ ଜିତା।।
କର୍ପୁର ଚନ୍ଦନ ଲେପନ କରନ୍ତି
ସୁବାସିତ ଜଳ ଢାଳି
ଭକତ ର‌ ପ୍ରାଣ ‌ଭକତ ର‌
ଧନ
ପ୍ରଭୁ ଅଟେ ବନମାଳୀ।।
କାଇଁଚ ମାଳିଆ ମୟୁର ଚୁଳିଆ
ପିତ ବସ୍ତ୍ର ପରିହାରି
ଓଡ଼ିଆଙ୍କ ପ୍ରାଣ ଓଡ଼ିଆ ଜୀବନ
ଦୁଃଖ ବିନାଶକ କାରୀ।।
ରଥ ଯାତରା ଭାଇ ଭଉଣୀ ଙ୍କୁ
ସଙ୍ଗରେ ଧରିଣ ପ୍ରଭୁ
ଭକତ ମାନଙ୍କ ହୃଦୟ ଠାକୁର
ଦେଖନ୍ତି ବାଟରେ ସବୁ।।
ହୃଦୟ ଠାକୁର ହୃଦୟ ଦେବତା
ହୃଦୟ ମଉଡ ମଣି
ଭକତ ମାନଙ୍କ ଦୁଃଖ ବିନାଶକ
ସବୁ ପାଉଛନ୍ତି ଜାଣି।।
ସ୍ନାନ ମଣ୍ଡପ ରେ ସ୍ନାନ ପୂର୍ଣ୍ଣିମା ରେ
ପୁରୀ ଯେ ଚଳ ଚଞ୍ଚଳ
ଦେଖା ଦେଉଛନ୍ତି ଭକତ ମାନଙ୍କୁ
ଭକତ ମାନେ ବିକଳ।।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *