ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ।
ପୁରୀ ୨୮/୬ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରେଜନଗହଳିକୁ ନିୟନ୍ତ୍ରଣ କରିବା ସବୁଠାରୁ ବଡ ଆହ୍ଵାନ।ତେବେ ମହାପ୍ରଭୁଙ୍କ ପ୍ରତି ସମର୍ପିତ ହୋଇ,ତାଙ୍କ ଆଶୀର୍ବାଦ ନେଇ, ପାରସ୍ପରିକ ସମନ୍ୱୟ ମାଧ୍ୟମରେ ଏହା ଆମେ ଭଲରେ ନିୟନ୍ତ୍ରଣ କରିପାରିବା ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ।ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଆଗାମୀ ରଥଯାତ୍ରା ଓ ସ୍ନାନଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପନ୍ନ କରିବାକୁ ପୋଲିସ ମାଜିଷ୍ଟ୍ରେଟ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ସମସ୍ତ ଅଧିକାରୀ, କର୍ମଚାରୀ ରଥଯାତ୍ରା, ସ୍ନାନଯାତ୍ରା ପାଇଁ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ମହାପ୍ରଭୁଙ୍କ ପ୍ରତି ସେବା।ତେଣୁ ମହାପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଭିଡ ନିୟନ୍ତ୍ରଣ ଇତ୍ୟାଦି କୁ ସୁଚାରୁ ରୁପେ ସମ୍ପର୍ଣ୍ଣ ପାଇଁ ପରାମର୍ଶ ଦେଇଥିଲେ।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଚଳିତ ରଥଯାତ୍ରା ଓ ସ୍ନାନଯାତ୍ରା ରେ ପୂର୍ବାପେକ୍ଷା ଅଧିକ ଶ୍ରଦ୍ଧାଳୁଙ୍କ ଆକଳନ କରାଯାଉଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ଉଭୟ ପୋଲିସ ଓ ପ୍ରଶାସନ ପାଇଁ ଗୁରୁ ଦାୟିତ୍ୱ ବୋଲି କହିଥିଲେ।

ଏହାକୁ ପରସ୍ପର ମଧ୍ୟରେ ସୁସମନ୍ୱୟ ରଖି କାର୍ଯ୍ୟ କରିବା ସହ ଲୋକ ମାନଙ୍କୁ ସୁବିଧା ଓ ସମସ୍ତ ପ୍ରକାର ସହଯୋଗ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ।ଏସପି ପ୍ରତୀକ ସିଂ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ ନିଜର ଦାୟିତ୍ୱ କୁ ସଠିକ ଭାବେ ବୁଝି ନିଷ୍ଠାର ସହ ନିର୍ଦ୍ଧାରିତ ସ୍ଥାନ ମାନଙ୍କ ରେ କାର୍ଯ୍ୟ କରିବାକୁ ମତ ଦେଇଥିଲେ।ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା ରଥଯାତ୍ରା ଓ ସ୍ନାନଯାତ୍ରା ସମୟରେ ମହାନଗର ନିଗମ ପକ୍ଷରୁ ପରିଷ୍କାର ପରିଛନ୍ନତା,ଶୌଚାଳୟ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ବର୍ଷା ହେଲେ ଜଳ ନିଷ୍କାସନ ବ୍ୟବସ୍ଥାଇତ୍ୟାଦି ସମ୍ପର୍କରେ ସୂଚନା ଦେଇଥିଲେ।ଏହି ସମନ୍ୱୟ ବୈଠକରେ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ,ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
