ଶ୍ରୀ ଅରବିନ୍ଦଙ୍କ ୧୫୪ତମ ପ୍ରତିଷ୍ଠା ଦିବସ ଏବଂ ସ୍ବାଧୀନତା ଦିବସ ପାଳିତ l

ରମ୍ଭା ତା – ୧୭/ ୦୮/୨୬ ଶ୍ରୀ ଅରବିନ୍ଦଙ୍କ ୧୫୪ ତମ ପ୍ରତିଷ୍ଠା ଦିବସ ଓ ୮୦ ତମ ସ୍ୱାଧୀନତା ଦିବସ ସାବୁଳିଆ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଯୋଗାଶ୍ରମ ପରିସରରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ବେଦମତି ପାତ୍ର ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅପା ଭାଇ ସାଧକ ଶ୍ରୀ ଶିବରାମ ପଣ୍ଡାଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଂଗୀତ ଏବଂ ବନ୍ଦେମାତାରମ ଗାନ କରାଯାଇ ସ୍ଲୋଗାନ ଦିଆଯାଇଥିଲା lସମସ୍ତ ଶିଶୁ ଓ ଆପା ଭାଇ ପ୍ରସ୍ତାବିତ ସମାଧି ମନ୍ଦିର ଓ ମାତୃ ପ୍ରକୋଷ୍ଠକୁ ନୀରବରେ ଯାଇ ପରମପ୍ରଭୁ ଅରବିନ୍ଦ ଓ ଦିବ୍ୟ ଜନନୀ ଶ୍ରୀ ମା’ଙ୍କୁ ଦର୍ଶନ କରିଥିଲେ । ସୂର୍ଯ୍ୟ ନାରାୟଣ ସଭା ମଣ୍ଡପରେ ଅନୁଷ୍ଠାନର ମ୍ୟାନେଜିଙ୍ଗ ଟ୍ରଷ୍ଟି ଗୋପାଳ କୃଷ୍ଣ ସେନାପତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସାଧକ ଶିବରାମ ପଣ୍ଡା ଓ ଅତିଥି ସୁନୀଲ କୁମାର ପଲେଇଙ୍କୁ ଶିକ୍ଷକମାନଙ୍କ ଦ୍ଵାରା ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଇଛି । ଅତିଥି ମାନଙ୍କ ଭାଷଣ ପରେ ପୂର୍ବରୁ ଶିକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଥିଲା । ଶେଷରେ ମା’ଙ୍କ ନିକଟରେ ଦୁଇ ମିନିଟ ନିରବ ପ୍ରାର୍ଥନା ସହ ମିଷ୍ଟାନ୍ନ ବଣ୍ଟନ କରି ସଭାସଙ୍ଗ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ଓ ଶିକ୍ଷା କେନ୍ଦ୍ରର ସମସ୍ତ ଆପା ଭାଇ ପୂର୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *