ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୨ତମ ସମ୍ମିଳନୀ ଙ୍କୁ ରାଷ୍ଟ୍ରପତିଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୨ତମ ବାର୍ଷିକ ସମ୍ମିଳନୀ କନ୍ଧମାଳ ଜିଲ୍ଲା, ‘କରୋନେସନ’ ପଡ଼ିଆରେ ଫୁଲବାଣୀ ଓକିଲ ସଂଘର ମିଳିତ ଆନୁକୂଲ୍ୟରେ ହେବାକୁ ଯାଉଛି ବୋଲି ଆଓଲା ର ସାଧାରଣ ସଂପାଦକ ଆଇନଜୀବି ସଞ୍ଜିତ କୁମାର ପାଣିଗ୍ରାହୀ ଜଣାଇଛନ୍ତି । ଏହି ଦୁଇ ଦିନିଆ ସମ୍ମିଳନୀରେ ମହା ମହିମା ରାଷ୍ଟ୍ରପତି, ସୁପ୍ରିମକୋର୍ଟ ର ମାନ୍ୟବର ପ୍ରଧାନ ବିଚାରପତି , ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାର ମାନ୍ୟବର ଆଇନ ମନ୍ତ୍ରୀ, ଅର୍ଥମନ୍ତ୍ରୀ, ଉପବାଚସ୍ପତି, ଭାରତର ପୂର୍ବାନ୍ତ୍ରର ମୁଖ୍ୟ ବିଚାରପତି, ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ଦୀପକ ମିଶ୍ର, ନ୍ୟାୟମୂର୍ତ୍ତି ଶ୍ରୀ ଭି. ଗୋପାଳ ଗୌଡା, ଭାରତର ଆଟର୍ନି ଜେନେରାଲ ଏବଂ ଲୋକସଭା ଓ ରାଜ୍ୟସଭା ସାଂସଦ ତଥା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ସାରା ରାଜ୍ୟରେ ୧୫୨ଟି ଅନୁମୋଦିତ ବାର ଆସୋସିଏସନ, ୩୦୦୦ରୁ ଅଧିକ ଆଇନଜୀବି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ଦୁଇ ଦିନିଆ ସମ୍ମିଳନୀରେ ଆଇନଜୀବି ମାନଙ୍କ ସମସ୍ୟା ଓ ତାର ନିରାକରଣ, ସ୍ଵାସ୍ଥ୍ୟ ବୀମା, ଆଡଭୋକେଟ ଏକାଡୋମି ଏବଂ ଲିଗାଲ ଏଜୁକେସନ ସିଷ୍ଟମ ର କାର୍ଯ୍ୟକାରିତା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହା ସହ ସଂଘ ପକ୍ଷରୁ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତି ଏବଂ ସାଧାରଣ ସଂପାଦକ ସଞ୍ଜିତ କୁମାର ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀ ଭି. କାର୍ଥୀକେୟନ ପଣ୍ଡିଆନଙ୍କୁ ସମ୍ମିଳନୀରେ ଯୋଗଦେବାକୁ ବିଧିବଦ୍ଧ ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ଶ୍ରୀ ପାଣ୍ଡିଆନଙ୍କ ସହିତ ଆଲୋଚନା କରି ଆଇନଜୀବି ସମ୍ମିଳନୀ କୁ ସାଫଲ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ସଂଘ ତରଫରୁ ଓଡ଼ିଶାର ପ୍ରତ୍ୟେକ ଆଇନଜୀବି ବନ୍ଧୁମାନଙ୍କୁ ସମ୍ମିଳନୀରେ ଯୋଗଦେବାକୁ ଓ ଉକ୍ତ ସମ୍ମିଳନୀ କୁ ଲୋକାଭିମୁଖୀ କରିବା ପାଇଁ ସଂଘ ପକ୍ଷରୁ ସମସ୍ତ ଆଇନଜୀବି ମାନଙ୍କୁ ନିବେଦନ କରିଛନ୍ତି । ଏହାସହ ଫୁଲବାଣି ଜିଲ୍ଲା ଓକିଲ ସଂଘର ସମସ୍ତ ସଦସ୍ୟ କିପରି ସଫଳ ହେବ ସମ୍ମିଳନୀ ଉଦ୍ୟମ କରୁଛନ୍ତି ତାହାକୁ ସଂଘ ତରଫରୁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *