ଧରାକୋଟ ରେ ସୁଭଦ୍ରା ସ୍ବାଗତ

ପଦଯାତ୍ରାଧରାକୋଟ:-୧୫/୦୯ (ଧରାକୋଟ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ସହଭାଗିତାରେ ଧରାକୋଟ ରେ ହାତକୁ ହାତ ଧରି ମାନବ ଶୃଙ୍ଖଳ ସହ ସୁଭଦ୍ରା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବି ଡି ଓ ଡେନିସ ବେହେରା, ଏ ବି ଡି ଓ ସୁଶିଲ ପଟ୍ଟନାୟକ, ସି ଡି ପି ଓ ସୁନିଲ ପ୍ରଭା ରଥ, ଜି ପି ଇ ଓ କିଶୋର ଚନ୍ଦ୍ର ସାହୁ, ପି ଇ ଓ ଅଶୋକ ସେଠୀ ଓ ସରପଞ୍ଚ ପୁନିଆ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ହାତରେ ପ୍ଲାକାର୍ଡ ଧରି ୪୦୦ ରୁ ଅଧିକ ସି ଆର ପି,ଏମ ବି କେ ,ବ୍ୟାଙ୍କ ମିତ୍ର ଓ ସ୍ଵୟଂ ସହାୟକ ଗୋଷ୍ଠୀ,ଅଙ୍ଗନୱାଡ଼ି,ଆଶା, ବି ଏଲ ଏଫ ମେମ୍ବର ମାନେ ବିଭିନ୍ନ ସ୍ଲୋଗାନ ଦେଇ ଗାଁ ପରିକ୍ରମା ପରେ ବଡ଼ଦାଣ୍ଡ ସାହି ରଥପଦା ଠାରେ ସୁଭଦ୍ରା ସପକ୍ଷରେ ମାନବ ଶୃଙ୍ଖଳ କରିବା ସହ ସାମୁହିକ ଦସ୍ତଖତ ଅଭିଯାନ କରିଥିଲେ ଏବଂ ଗ୍ରୁପ୍ ଡି ସ୍କାସନ କରି ସନ୍ଦେହ ମୋଚନ କରିଥିଲେ । ବ୍ଲକର ସମସ୍ତ ୧୮ ଗୋଟି ପଞ୍ଚାୟତ ସମେତ ସମସ୍ତ ଗାଁରେ ଏହି ଭଳି ପଦଯାତ୍ରା ମାନ ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *