ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆଧାରରେ ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆଧାରରେ ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ | ତା-୨୮/୦୯ :-ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ସକାଳ ୧୧ ଘାଣ୍ଟିକା ସମୟରେ ଏନଏସି ବୈଠକ ଗୃହ ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆଧାରରେ ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ପୁରୁଷୋତ୍ତମପୁର ଵିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ଅଞ୍ଚଳ ନରସିଂହ ଦାସ ହାଇସ୍କୁଲର ୪ ଟି ଗ୍ରୁପରୁ ୨0 ଜଣ ଛାତ୍ର ଛାତ୍ରୀ ପ୍ରଥମ ଦିନରେ ସ୍ୱଚ୍ଛତା ଓ ପରିମଳ ପରିଚାଳନା ଉପରେକୁଇଜପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l କାଉନସିଲର ଅଶୋକ କୁମାର ମହାଙ୍କୁଡ, ସୁଦଷ୍ଣା ବେହେରା, ଅରୁଣ କୁମାର ମହାଙ୍କୁଡ, ପରିମଳ ବିଭାଗର ଏକ୍ସପର୍ଟ ସତୀଶ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସେହିପରି ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ କିରାଣୀ ରାକେଶ ସ୍ୱାଇଁ ପରିଚାଳନା କରିଥିଲେ l ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆଧାରରେ ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ଆଜିଠାରୁ ଅକ୍ଟୋବର ୧ ତାରିଖ ପ୍ରଯ୍ୟନ୍ତ ବିଭିନ୍ନ ଚିତ୍ରାଙ୍କନ, ବର୍ଜ୍ୟବସ୍ତୁରୁ ଉପକରଣ, ଏକକ ଅଭିନୟ,ପ୍ରତିଯୋଗିତା କାର୍ଯ୍ୟକ୍ରମ ଚାଲୁରହିବ |ଆସନ୍ତା ୨ ତାରିଖରେ କୃତିଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ଏନଏସି ଅଧ୍ୟକ୍ଷା ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ସରକାରୀ କାର୍ଯ୍ୟ ଯୋଗୁ ପୋଗ୍ରାମରେ ଉପସ୍ଥିତ ନଥିଲେ l ଏବଂ 10ଜଣ କାଉନ ସିଲର ଅନୁପସ୍ଥିତ ଥିଲେ | ଏନଏସିର କମ୍ପୁଟର ପୋଗ୍ରାମର ଲଷ୍ମୀ ନାରାୟଣ ବେହେରା, ବଳଭଦ୍ର ନାୟକ,ସ୍ୱଚ୍ଛ ସାଥି ସୁପରଭାଇଜର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ l ଶେଷରେ ଶପଥ ପାଠ ପଠନ ହୋଇଥିଲା

Leave a Reply

Your email address will not be published. Required fields are marked *