ପୂଜାର୍ଚ୍ଚନା ବେଳେ ସାଇବାବାଙ୍କ ବେକରେ ଦୀର୍ଘ ସମୟ ଧରି ଝୁଲି ରହିଲା ୧୨ଫୁଟ ଲମ୍ବର ସାପ

-ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଭେଜିଆ ଗାଁରେ ପୂଜାର୍ଚ୍ଚନା ବେଳେ ସାଇବାବାଙ୍କ ବେକରେ ଏକ ୧୨ ଫୁଟ ଲମ୍ବର ସାପ ଦୀର୍ଘ ସମୟ ଧରି ଝୁଲି ରହିଥିବା ଦେଖିବାକୁ ମିଳିଥିଲା ।ଗାଁର ଶ୍ରୀଧର ସିଂହଙ୍କ ସ୍ତ୍ରୀ ପ୍ରେମଲତା ସିଂହ ପ୍ରତ୍ୟେକ ଦିନ ଭଳି ପୂଜାର୍ଚ୍ଚନା କରିବାକୁ ଯିବା ବେଳେ ବିରାଟକାୟ ସାପକୁ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ସାପକୁ ଦେଖିବା ପାଇଁ ଶ୍ରୀଧର ସିଂହଙ୍କ ଘରେ ଲୋକଙ୍କ ସମାଗମ ହୋଇଥିଲା। ବେଶ କିଛି ସମୟ ଘର ପାଲଟିଥିଲା ଆଧ୍ୟାତ୍ମିକତା ପରିବେଶ। ତେବେ ସାପଟି ବେଶ କିଛି ସମୟ ପୂଜା ଘରେ ରହିବା ପରେ ଆପେ ଆପେ ପଳେଇ ଯାଇଥିଲା।

Leave a Reply

Your email address will not be published. Required fields are marked *