ସ୍ତ୍ରୀ ସମ୍ମୁଖରେ ସ୍ବାମିକୁ ପଥରରେ ଛେଚି ହତ୍ୟା।

ସ୍ତ୍ରୀ ସମ୍ମୁଖରେ ସ୍ବାମିକୁ ପଥରରେ ଛେଚି ହତ୍ୟା ଅଭିଯୋଗ। ମୃତକ ହେଲେ କଙ୍କଡାହାଡ ଥାନା ରୁପାବେଡା ଗ୍ରାମର ଗଗନ ନାୟକ। ସୁଚନା ମୁତାବକ ଗତ କାଲି ସନ୍ଧ୍ୟା ସମୟରେ ଗଗନ ଓ ତାଙ୍କ ସ୍ତ୍ରୀ କାମ ସାରି କଙ୍କଡାହାଡରୁ ଫେରୁଥିବାବେଳେ ସେହି ଗ୍ରାମର ଜୁଆଙ୍ଗ ସାହିର ୩ ଜଣ ଯୁବକ ତାଙ୍କ ସ୍ତ୍ରୀକୁ ଟଣା ଓଟରା କରୁଥିଲେ। ଏଥିରେ ଗଗନ ବିରୋଧ କରିବାରୁ ତିନି ଯୁବକ ଗଗନକୁ ନିସ୍ତୁକ ମାଡ ମାରିବା ସହ ମୁଣ୍ଡର ପଛପଟେ ପଥର ଛେଚି ଦେଇ ଫେରିର ହୋଇଯାଇଥିଲେ।

ଫଳରେ ଗୁରତର ଅବସ୍ଥାରେ ଗଗନକୁ କଙ୍କଡାହାଡ ମେଡିକାଲରେ ଭର୍ତିକରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଘଟଣାସ୍ଥଳରେ କଙ୍କଡାହାଡ ପୋଲିସ ପହଞ୍ଚି ମୃତଦେହ ଜବତକରି ବ୍ୟବଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଯାରିରଖିଛି। ଏପଟେ ହତ୍ୟା ଘଟାଇଥିବା ତିନି ଯୁବକ ଦିପୁ, ଶଙ୍କର ଓ ବିଟଲ ଫେରାର ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *