ବିଶ୍ୱଐତିହ୍ୟ କୋଣାର୍କ ମନ୍ଦିରକୁ ନେଇ ଆସିଛି ବଡ଼ ଖବର ମନ୍ଦିର

ବିଶ୍ୱଐତିହ୍ୟ କୋଣାର୍କ ମନ୍ଦିରକୁ ନେଇ ଆସିଛି ବଡ଼ ଖବର ମନ୍ଦିର ଜଗମୋହନରୁ ବାଲି କାଢ଼ିବା ପାଇଁ ଏବେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଖୁବ୍‌ଶୀଘ୍ର ଗର୍ଭଗୃହରୁ ବାଲି ବାହାର କରାଯିବ। ଲ୍ୟାବ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ, ବାଲି କାଢ଼ିଲେ ମନ୍ଦିରର କୌଣସି କ୍ଷତି ହେବ ନାହିଁ। ଏହା ପରେ Archaeological Survey of India ପକ୍ଷରୁ ବାଲି କାଢ଼ିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଅଟୋମେଟିକ ରୋବୋଟିକ ଟ୍ରଲି ମାଧ୍ୟମରେ ଜଗମୋହନରୁ ବାଲି ବାହାର କରାଯିବ ଏବଂ ଏନେଇ ସମସ୍ତ ମେକାନିକାଲ୍ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ପାଇଲଟ୍ ଡ୍ରିଲିଂ ମାଧ୍ୟମରେ ୮୦ ଫୁଟ ଉଚ୍ଚ ପଶ୍ଚିମ ପାର୍ଶ୍ୱ କାନ୍ଥରେ ୧୬ ସେଣ୍ଟିମିଟର ଗର୍ତ୍ତ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଏବେ ଗତ ୨୦ ରୁ ଟନେଲ କାର୍ଯ୍ୟ ଆରମ୍ଭ ହୋଇଛି ଲ ଗତ ବର୍ଷ ଡିସେମ୍ବର ୮ରେ ସଂଗ୍ରହ କରାଯାଇଥିବା ବାଲିକୁ Indian Institute of Technology Madras ଲ୍ୟାବକୁ ପଠାଯାଇଥିଲା।ରିପୋର୍ଟ ଅନୁଯାୟୀ, ମନ୍ଦିର ଭିତରେ ଥିବା ବାଲି ପୂର୍ବପରି ସୁରକ୍ଷିତ ଅବସ୍ଥାରେ ରହିଛି। ଏହି ରିପୋର୍ଟକୁ ଆଧାର କରି ବାଲି କାଢ଼ିବା ପାଇଁ ଏବେ ଏଏସଆଇ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ହୋଇଛି ଏବଂ ପବିତ୍ର ଅକ୍ଷୟ ତୃତୀୟା ଦିନରୁ ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ ହୋଇଛି।ସେକ୍ସନ ଡ୍ରଇଂ ଅନୁଯାୟୀ, ୮୦ ଫୁଟ ଉଚ୍ଚ ପଶ୍ଚିମ ପାର୍ଶ୍ୱ କାନ୍ଥରେ ପ୍ରାୟ ୯ ଫୁଟ ଚଉଡ଼ାରେ ପଥର କାଟି ଗର୍ତ୍ତ କରାଯିବ ଏବଂ ଟନେଲ ମାଧ୍ୟମରେ ଭିତରକୁ ପ୍ରବେଶ କରାଯିବ। ୧୩ଶ ଶତାବ୍ଦୀର ଏହି ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ୧୯୦୩ ମସିହାରେ ବ୍ରିଟିଶମାନେ ଜଗମୋହନରେ ବାଲି ଭରିଥିଲେ, ଯାହା ପୂରଣ କରିବାକୁ ପ୍ରାୟ ୩ ବର୍ଷ ସମୟ ଲାଗିଥିଲା।ଏବେ ୧୨୩ ବର୍ଷ ପରେ ପ୍ରଥମ ଥର ପାଇଁ ସେହି ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି, ଯାହାକୁ ମନ୍ଦିର ସୁରକ୍ଷାରେ ଏକ ଐତିହାସିକ ପଦକ୍ଷେପ ବୋଲି ଦେଖାଯାଉଛି।

Leave a Reply

Your email address will not be published. Required fields are marked *