ଗାନ୍ଧୀ ପରିବାରର ତ୍ୟାଗ, ବଳିଦାନ ଅବିସ୍ମରଣୀୟ- ଏସ ଜୟକୁମାର

ଭଦ୍ରକ ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରଦକ, ଜିଲ୍ଲା, ବ୍ଳକ, ନଗର, ପଂଚାୟତ ଓ ସର୍ବୋପରି ନୂଆ କଂଗ୍ରେସ କମିଟିମକୁ ସଂଗଠିତ କରି ଅଧିକ କ୍ରିୟାଶୀଳ ଓ ମଜବୁତ କରିବାକୁ ଭଦ୍ରକ ଜିଲ୍ଲା ପାରିବଦ୍ଧିତ କମିଟିର କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଂପାଦକ ତ‌ଥା ଓଡ଼ିଶା ପ୍ରଦେଶ କଂଗ୍ରେସର ସହ ପ୍ରଭାରୀ ମୟୂର ଏସ ଜୟକୁମାର ଆହ୍ୱାନ ଦେଇଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ସଭାପତି ନଳୀନୀକାନ୍ତ ମହାରିଙ୍କ ସଭାପତିତ୍ୱରେ ଓ ରାଜ୍ୟ ପ୍ରଦେଶ କଂଗ୍ରେସ ଉପ ସଭାପତି ତଥା ଭଦ୍ରକ ପ୍ରଭାରୀ ଦେବାଶିଶ ପଟ୍ଟନାୟକ, ଉପସଭାପତି ସମ୍ମିତା ବେହେରାଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ ବୈଶକରେ ଶ୍ରୀ ଜୟକୁମାର ଆଗାମୀ ପଂଚୟତ, ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ସହ ଦଳକୁ ଅଧିକ ସୁଦୃଢ଼ ଓ ଶକ୍ତିଶାଳୀ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷକରି ଜିଲ୍ଲା ଉପ ସଭାପତିମାନଙ୍କୁ ବିଭିନ୍ନ ବ୍ଳକର ପ୍ରଭାରୀ ଭାବେ ନିଯୁକ୍ତ କରିବା ସହ ଯେଉଁ ବ୍ଳକ, ନଗର, ପଂଚାୟତରେ କମିଟି ଗଠନ ହୋଇନାହିଁ ସେଠାରେ ଆଗାମୀ ୭ଦିନ ମଧ୍ୟରେ ଗଠନ କରି ଜିଲ୍ଲା ସଭାପତିଙ୍କ ନିକଟରେ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଦଳୀୟ ପଦାଧିକାରୀଙ୍କୁ ସମ୍ବୋଧନ କରି ନିଜ ବକ୍ତବ୍ୟରେ ଶ୍ରୀ ଜୟକୁମାର କହିଥିଲେଯେ; ଗାନ୍ଧୀ ପରିବାରର ଦେଶ ପ୍ରତି ତ୍ୟାଗ ଓ ବଳିବାନ ଅବିସ୍ମରଣୀୟ । ଦେଶର ସାଧାରଣ ଜନତାଙ୍କ ପ୍ରତି ତ୍ୟାଗ ଓ ସମର୍ପଣ ଓ ସେବା ଭାବ ଇତିହାସରେ ଲିପିବଦ୍ଧ ହୋଇ ରହିବ । ଏକ ସମ୍ଭ୍ରାନ୍ତ ପରିବାରରୁ ଆସିଥିବା ମୋତିଲାଲ ନେହେରୁ ଜଣେ ବାରିଷ୍ଟର ଥିବା ସତ୍ତ୍ୱେ ବିନା ସ୍ୱାର୍ଥରେ ସ୍ଵାଧିନତା ସଂଗ୍ରାମରେ ନେତୃତ୍ୱ ନେଇ କାରାବରଣ କରିଥିଲେ । ତାଙ୍କ ପୁତ୍ର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ମଧ୍ୟ ଏହି ସଂଗ୍ରାମରେ ଯୋଗଦେଇ ସର୍ବାଧିକ ୧୧ ବର୍ଷରୁ ଉର୍ଦ୍ଧ କାରାବରଣ କରିଥିଲେ । ଆଇରନ ଲେଡି ବୋଲି ସମଗ୍ର ଦେଶରେ ପରିଚିତ ଇନ୍ଦିରା ଗାନ୍ଧୀ ନିଜର ଦୃଢ଼ ନେତୃତ୍ବ, ସାହସ ବଳରେ ବାଂଲାଶବେଶକୁ ପାକିସ୍ଥାନ ଠାରୁ ଅଲଗା କରି ପାକିସ୍ଥାନର ଲକ୍ଷାଧିକ ସୈନ୍ୟଙ୍କୁ ବନ୍ଦୀ କରିଥିଲେ । ରାଜୀବ ଗାନ୍ଧୀ ଦେଶରେ ବୈଷୟିକ ଜ୍ଞାନ କୌଶଳ ଓ ପଂଚାୟତ ରାଜ ବିଭାଗକୁ ପ୍ରତିଷ୍ଠା ଓ କ୍ରିୟାଶୀଳୀୟ କରିବା ଦିଗରେ ଗରୁତ୍ବପୂର୍ଣ ଭୁମିକା ନିଭାଇଥିଲେ । ତ୍ୟାଗର ପ୍ରତୀକ ସୋନିଆ କଂଗ୍ରେସ ଗଠବନ୍ଧନର ମୁଖ୍ୟ ଥାଇ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ଥିଲେ ମଧ୍ୟ ଦେଶର ଉନ୍ନତି ପାଇଁ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ମନେମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ ପଦ ସମର୍ପି ଦେଇଥିଲେ । ଆଉ ଆଜିର ଜନନାୟକ ସମଗ୍ର ଭାରତର ଯୁବ ଭାରତର ସ୍କନ୍ଦନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାରେ କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ ୪

ହଜାର କିଲୋମିଟର ପାଦରେ ଚାଲି ବିଭିନ୍ନ ବର୍ଗର ଲୋକ, ଭାଷାଭାଷୀ ଓ ଧର୍ମ ଜାତିର ଲୋକଙ୍କ ସହ ମିଶି ସେମାନଙ୍କ ସୁଖଦୁଃଖର ସାଥୀ ହୋଇ ଇତିହାସ ସୃଷ୍ଟି କରିଥିଲେ । କଂଗ୍ରେସ ଓ ଗାନ୍ଧୀ ପରିବାରର ବିଚାରଧାରା ସଦାସର୍ବଦା ଦେଶର ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଥିବାବେଳେ ଆଜିର ବିଜେପି ସରକାର କେବଳ କ୍ଷମତାକୁ ଉପଭୋଗ କରିବାରେ ବ୍ୟସ୍ତ । ବିଜେପି କିମ୍ବା ଆରଏସଏସର ସଦସ୍ୟମାନେ କୌଣସି ସ୍ୱାଧିନତା ସଂଗ୍ରାମ ଓ ସ୍ବତନ୍ତ୍ର ସେନାନୀରେ ଯୋଗଦେଇନଥିଲେ । ଏପରିକି ଆରଏସଏସ କାର୍ଯ୍ୟାଳୟରେ ଜାତୀୟ ପତାକା ଉଡ଼ାଉନଥିଲେ । କଂଗ୍ରେସର ତ୍ୟାଗ ବଳିଦାନ ଓ ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନକୁ ବିଜେପି ନଷ୍ଟଭ୍ରଷ୍ଟ କରି ଚାଲିଛି । ଏହାର ପ୍ରତିବାଦରେ କଂଗ୍ରେସ ସର୍ବଦା ସାଧାରଣ ଲୋକଙ୍କୁ ସଚେତନ କରିବ ଓ ଦେଶ ପାଇଁ ସମର୍ପଣ ଭାବ ନେଇ କାର୍ଯ୍ୟ କରିବ ବୋଲି କହିଥିଲେ । ବୈଠକରେ ସଭାପତିତ୍ବ କରୁଥିବା ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ରାହୁଲଙ୍କ ନୀତି ଆଦର୍ଶରେ ଆମେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟକରିବା ସହ ବଳକୁ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ । ଆଗାମୀ ପଂଚାୟତ ଓ ନଗର ନିର୍ବାଚନରେ ସମସ୍ତ କର୍ମୀ ଦୁଥସ୍ତରରୁ ଦଳକୁ ବିଜୟର ଟୀକା ପିନ୍ଧାଇବାକୁ କହିଥିଲେ । ଏହା ବ୍ୟତୀତ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ନେତୃମଣ୍ଡଳୀଙ୍କୁ ଶୁଭେଚ୍ଛା ଜଣାଇ ଦଳକୁ ତୃଣମୂଳସ୍ତରରେ ସଂଗଠିତ କରିବାକୁ କହିଥିଲେ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସାଂସଦ ମୁରଲିଧର ଜେନା, ପ୍ରାକ୍ତନ ବିଧାୟକ ପଂଚାନନ ମଣ୍ଡଳ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ରାଜ୍ୟ ଏସସି ସେଲ ସାଧାରଣ ସଂପାଦକ ରାଜେନ୍ଦ୍ର ଜେନା, ପିତବାସ ଧଳ, ଅବଦୁଲ ମୁର୍କିତ ଖାନ, ପିତାମ୍ବର ନାୟକ, ଗୋଲକ ଚନ୍ଦ୍ର ବେହେରା, ରଜନୀକାନ୍ତ ଚାନ୍ଦ, ସତ୍ୟବାନ ଦାସ, କାର୍ତିକ ଚରଣ ଜେନା, ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନର ରାଜ୍ୟ ସାଧାରଣ ସଂପାଦକ ପ୍ରଦ୍ୟୁମ୍ନ ବାସ, ଭଣ୍ଡାରିପୋଖରୀ ବ୍ଳକ ସଭାପତି ଅଜୟ ସାହୁ, ଚାନ୍ଦବାଲି ବ୍ଳକ ସଭାପତି ସୁଭାଶିଶ ମଲ୍ଲିକ, ଧାମନଗର ବ୍ଲକ ସଭାପତି ରମେଶ ଚନ୍ଦ୍ର ବେହେରା, ମନୋଜ ବିଶ୍ଵାଳ, ଅଭିଷେକ ରାଉତ, ଦେବବ୍ରତ ମହାନ୍ତି, ଦିଗମ୍ବର ଦାସ, ଅକ୍ଷୟ ମଲିକ, ଜିଲ୍ଲା କୋଷାଧକ୍ଷ ବିଜୟ ବାରିକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବଳରାମ ରାଉତ, ମହିଳା ସଭାପତି ଅମିତାବାଳା ଆଚାର୍ଯ୍ୟ, ସବିତା ଚାନ୍ଦ, ଶର୍ମିଷ୍ଠା ପଣ୍ଡା, ବିଦ୍ୟାଧର ଜେନା, ରାଜୁ ପ୍ରସାଦ ରାୟ, ସୁଶାନ୍ତ ଦାରିକ, ପ୍ରସନ୍ନ ଧଳ, ରଂଜନ ଜେନା, ରାଜକିଶୋର ପଣ୍ଡା, ଇଲିୟାସ ଅଲ୍ଲୀ ଖାନ, ସ୍ଵତନ୍ତ୍ର ମିମନ୍ତ୍ରିତ ଅତିଥି, ବ୍ଳକ ସଭାପତି, ଜିଲ୍ଲା ଉପସଭାପତି, କାର୍ଯ୍ୟକାରୀ କମିଟି ସଦସ୍ୟ, ସାଧାରଣ ସଂପାଦକ, ସଂପାଦକମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *