ଏମିତି କିଛି ଲୋକ ଥାଆନ୍ତି

ଏମିତି କିଛି ଲୋକ ଥାଆନ୍ତି
ଅନ୍ୟ ପଛରେ ଗପୁଥାଆନ୍ତି
କେହି ଜମା ଜାଣିପାରିବେନି ଭାବି
ମନେ ମନେ ଗୁଡ ଖାଉଥାଆନ୍ତି
ପାଗଳ ଭଳିଆ ହେଉଥାଆନ୍ତି
ମୁହଁ ରୁ ବିଷ ଓଗାଳୁଥାଆନ୍ତି
କେହି ଜମା ଶୁଣିପାରିବେନି ଭାବି
କୁଲୁ କୁଲୁ ଖାଲି ହୋଉଥାଆନ୍ତି
ନିଜ ମୁହଁ କୁ ଖାଲି ମୋଡୁଥାଆନ୍ତି
ସବୁଠି ଅମଙ୍ଗଳ ପାଞ୍ଚୁ ଥାଆନ୍ତି
କେହି ଜମା ବୁଝିପାରିବେନି ଭାବି
ଗପି ଗପି ସବୁ ଭୁଲିଯାଆନ୍ତି
ଏପରି ଲୋକ କା ନିଜର ନୁହନ୍ତି
ହଜାରେ ହଜାରେ ରୂପ ବଦଳାନ୍ତି
କାହା ପାଇଁ ଟିକେ ପ୍ରାର୍ଥନା ନ କରି
କଲ ବଲ କରି ମାରୁଥାଆନ୍ତି

Leave a Reply

Your email address will not be published. Required fields are marked *