ସ୍କୁଲ ପାଖରେ ଥାଏ ଖେଳ ପଡିଆ। ଏ ସ୍କୁଲ ପାଖରେ ଅଛି ଗଡିଆ।
ନିମାପଡ଼ା ( ) ନିମାପଡ଼ା ଅଂଚଳରେ ଛତୁ ଫୁଟିଲା ଭଳି ବେସରକାରୀ ସ୍କୁଲ ସବୁ ଖୋଲିଛି। ବେସରକାରୀ ସ୍କୁଲ ଖୋଲିବା ପାଇଁ ଶିକ୍ଷା ବିଭାଗର ବହୁ ଗାଇଡ଼ ଲାଇନ ଅଛି। ସେହି ଗାଇଡ଼ ଲାଇନ ଅନୁସାରେ ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ। ତେବେ ଏହି ଗାଇଡ଼ଲାଇନ ସବୁକୁ ଉଲ୍ଲଘଂନ କରି ଛତୁ ଫୁଟିଲା ଭଳି ଯେ ଯୋଉଠି ସ୍କୁଲ ଖୋଲି ବସିଛନ୍ତି। ଏହାର ଉଦାହରଣ ହେଉଛି ସ୍ଥାନୀୟ ଅମଲାପଡାରେ ଖୋଲିଥିବା ମଦର ପବ୍ଲିକ ସ୍କୁଲ। ଶିକ୍ଷା ବିଭାଗର ଗାଇଡ଼ ଲାଇନ ଅନୁସାରେ ସ୍କୁଲ ପରିସରରେ ଖେଳ ପଡିଆ ରହିବା ନିହାତି ଜରୁରୀ। କିନ୍ତୁ ଏ ସ୍କୁଲର ପରିବେଶ ଟିକେ ନିଆରା। ଖେଳ ପଡିଆ ବଦଳରେ ଏଠି ଗୋଟେ ଛୋଟ ଗଡିଆ ଅଛି। ଗାଡ଼ିଆରୁ ପାଣି ନିଷ୍କାସନ ହୋଇପାରୁନାହିଁ ପାଇପ ଯୋଗେ ମୁଖ୍ୟ ରାସ୍ତା ଉପରକୁ ପାଣି ନିଷ୍କାସନ କରାଯାଇଛି। ଏଭଳି ପରିବେଶ ଭିତରେ ଚାଲିଛି ମଦର ପବ୍ଲିକ ସ୍କୁଲ। ଏ ସ୍କୁଲକୁ କେଉଁ ଆଧାରରେ ବ୍ଲକ ଶିକ୍ଷା ଅଧିକାରୀ ପରମିଶନ ଦେଇଛନ୍ତି। ଯଦି ଵା ନ ଦେଇଛନ୍ତି ତେବେ ଏ ସ୍କୁଲ ଖୋଲି ବସିଛନ୍ତି କିପରି ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସ୍ଥାନୀୟ ପ୍ରଶାସନ ଏବଂ ବ୍ଲକ ଶିକ୍ଷା ଏଥିପ୍ରତି ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେଲେ ପ୍ରକୃତରେ ସତ୍ୟାସତ କଣ ଜଣା ପଡିବ।
