ଆଜିଠୁ ନାବାଳକଙ୍କ ଗାଡ଼ି ଚଳାଚଳ ନେଇ କଡାକଡି ହେବ ଯାଞ୍ଚ, ନିୟମ ଉଲ୍ଲଙ୍ଘନ ହେଲେ କାର୍ଯ୍ୟାନୁଷ୍ଠାନ
କଟକ : ଆଜିଠୁ ନାବାଳକଙ୍କ ଗାଡ଼ି ଚଳାଚଳ ଉପରେ କଡା ନଜର। ସ୍କୁଲ ଛାତ୍ରଛାତ୍ରୀ ତଥା ନାବାଳକଙ୍କ ଗାଡ଼ି ଚଳାଚଳ ନେଇ କଡାକଡି ହେବ ଯାଞ୍ଚ । ଯଦି ସେମାନେ ନିୟମ ଉଲ୍ଲଙ୍ଘନ କରି ଗାଡ଼ି ଚଳାନ୍ତି, ତାହା ହେଲେ ମୋଟର ଆଇନ ୧୯ -ଏ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ । ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପଡ଼ିବ ଜରିମାନା ସହ ଗାଡ଼ି ମାଲିକ କିମ୍ବା ଅଭିଭାବକଙ୍କୁ ଜେଲ୍ ବି ହୋଇପାରେ । ଏହା ସହିତ ସମ୍ପୃକ୍ତ ନାବାଳକଙ୍କୁ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଗାଡ଼ି ଲାଇସେନ୍ସ ମିଳିବ ନାହିଁ।
ମୁଖ୍ୟତଃ ନିଶା ସେବନ କରି ଗାଡ଼ି ଚାଳନା କରିବା, ବିନା ହେଲମେଟରେ ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଚାଳନା କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସଡକ ଦୁର୍ଘଟଣାରେ କାହାର ଜୀବନ ଯେପରି ନଯାଏ, ସେଥିପାଇଁ ଜିରୋ କାଜୁଆଲିଟି ଉପରେ ଫୋକସ କରୁଛି ପରିବହନ ବିଭାଗ ।
