ଆଜିର” ଗୋପବନ୍ଧୁ”

ଆଜିର” ଗୋପବନ୍ଧୁ”

ରଜନୀକାନ୍ତ ରଥ,ଜଗନ୍ନାଥପୁର ଶାସନ,ରାଜନଗର,କେନ୍ଦ୍ରାପଡ଼ା।

ଉତ୍କଳ ମାଟିରେ ଜନ୍ମ ନେଇଥଲେ
ଅନେକ ଯୋଗଜନ୍ମା
ଉତ୍କଳମଣି ଗୋପବନ୍ଧୁ ଥିଲେ ଏହା
ସମସ୍ତକୁଁ ଜଣା।
ଉତ୍କଳମତା ର ସେବା ଥିଲା ତଙ୍କ
ଜୀବନ ର ମୂଳମନ୍ତ୍ର l
କେତେ ଯେ ଉଦାହରଣ ଛାଡ଼ି ଯାଇଛନ୍ତି ନାହିଁ ତାର ଆଦି ଅନ୍ତ ।
ଦୁଃଖୀ ଦରିଦ୍ର ର ସିଏ ବନ୍ଧୁ ଥିଲେ
ନାମ ତାଙ୍କ ଗୋପବନ୍ଧୁ ।
ଉତ୍କଳମଣି ନାମରେ ସେ ଖ୍ୟାତ
ଜାଣେ ତାହା ସାରା ଜଗତ।
“ଆଜିର ଉତ୍କଳେ ଅଛନ୍ତି କେତେ ଗୋପବନ୍ଧୁ ତାହାର କଳନା ନାହିଁ ।
ପ୍ରତିଦିନ ସେ ଲୁଟି ଚାଲିଛନ୍ତି ଆମରି ଓଡିଶା ଭୂଇଁ ।
ସେ ଗୋପବନ୍ଧୁ ଙ୍କ ରହିଛି ଅମାପ
ସମ୍ପତ୍ତି ତାହା ଗଣି ହୁଏ ନାହିଁ ।
ଟଙ୍କା ଗଣା ଯନ୍ତ୍ର ଟଙ୍କା ଗଣି ଗଣି
ହାଲିଆ ହୋଇ ଯେ ଯାଏ।
ପ୍ଲଟ ଗଣି ଗଣି ଫକାଶ ଉଡ଼ଇ
ଗଣିବା ଲୋକଙ୍କର ।
ସୁନା , ରୂପା କଥା କିଏ ସେ ପଚାରେ
ନାହିଁ ତାର ପରାବାର ।
ଅଟ୍ଟାଳିକା ଓ ଗାଡ଼ିକୁ ଗଣିବା
ଅଟେ କାଠିକର ପାଠ ।
ଫାର୍ମ ହାଉସ , ବ୍ୟାଙ୍କବାଲାନସ୍
ଗଣିବା ଅଟେ ମୁସ୍କିଲ ।
ରାସ୍ତାଘାଟ, କୋଠାବାଡ଼ି ,ଖଣି ପାଣି,
ସରକାରୀ ଅର୍ଥ ଖାଇ କରିଛନ୍ତି ଖୋଳ।
ଅଶ୍ରାଏ ବର୍ଷା ରେ ଧୋଇ ଯାଏ ରାସ୍ତା
ଛାତରୁ ଗଳଇ ପାଣି ।

ପୋଲ ଗୁଡ଼ିକ ଭୁଶୁଡ଼ି ପଡ଼ଇ
ନ ଚାଲୁଣି ସେଥିରେ ଗାଡ଼ି।
ଆଜିର ଗୋପବନ୍ଧୁଙ୍କ କଥା କହିଲେ
ସରିବନି ତାଙ୍କ କାହାଣୀ।
ସେମାନଙ୍କ ପାଇଁ ଭୋଗୁଛୁ ଆମେ ଦୁର୍ଦ୍ଦଶା।
ମିଶୁ ଆମ ଧନ ତାଙ୍କରି ପାଣ୍ଠିରେ
ସେମାନେ ଚାଲି ଯାଆନ୍ତୁ ଆମ ପିଠିରେ ।”

Leave a Reply

Your email address will not be published. Required fields are marked *