ଆନନ୍ଦ ବିହାର ରେଳ ଷ୍ଟେସନରେ ଯାତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆନନ୍ଦ ବିହାର ରେଳ ଷ୍ଟେସନରେ ଯାତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ l ଆଜି ଆନନ୍ଦ ବିହାର ରେଳ ଷ୍ଟେସନରେ ଏକ ସ୍ୱତନ୍ତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଷ୍ଟେସନ ପରିଦର୍ଶନ କରିବା ସହ ଯାତ୍ରୀମାନଙ୍କ ସହ ସିଧାସଳଖ କଥାବାର୍ତ୍ତା କରି ସେମାନଙ୍କ ଯାତ୍ରାର ଅନୁଭୂତି ସମ୍ପର୍କରେ ପଚାରି ବୁଝିଥିଲେ।ଏହି ଗସ୍ତ ସମୟରେ ରେଳ ମନ୍ତ୍ରୀ ଯୁବକ, ମହିଳା ଓ ଶିଶୁମାନଙ୍କୁ ସ୍ନେହର ସହ ଭେଟିଥିଲେ। ଭାରତୀୟ ରେଳବାଇ ଦ୍ୱାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ଓ ସୁବିଧା ସମ୍ପର୍କରେ ସେ ଯାତ୍ରୀମାନଙ୍କ ପ୍ରତିକ୍ରିୟା ନେଇଥିଲେ।ଆଲୋଚନା ବେଳେ ରେଳ ସେବାରେ ନିରନ୍ତର ସୁଧାର ଓ ଆଧୁନିକୀକରଣ ପାଇଁ ଅଧିକାଂଶ ଯାତ୍ରୀ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।ମନ୍ତ୍ରୀ ଯୁବକମାନଙ୍କ ପିଠି ଥାପୁଡ଼ାଇ ସେମାନଙ୍କୁ ଉତ୍ସାହିତ କରିବା ସହ ପିଲାମାନଙ୍କ ସହ ହାତ ମିଳାଇ ଆଦର ଦେଖାଇଥିଲେ। ବର୍ତ୍ତମାନର ରେଳ ବ୍ୟବସ୍ଥା ଓ ଷ୍ଟେସନର ସୁବିଧାଗୁଡ଼ିକ କେତେ ଦୂର କାର୍ଯ୍ୟକାରୀ ହୋଇଛି, ସେ ବାବଦରେ ଯାତ୍ରୀଙ୍କଠାରୁ ସିଧାସଳଖ ଫିଡବ୍ୟାକ୍ ନେବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଗସ୍ତ ସମୟରେ ମନ୍ତ୍ରୀ ଜଣେ ସାଧାରଣ ନାଗରିକଙ୍କ ଭଳି ଲୋକଙ୍କ ସହ ମିଶିଥିଲେ। ‘ଡିଜିଟାଲ୍ ଇଣ୍ଡିଆ’କୁ ପ୍ରୋତ୍ସାହିତ କରି ସେ ଷ୍ଟେସନର ଏକ ଚା’ ଦୋକାନରୁ ଚା’ ପିଇଥିଲେ ଏବଂ UPI ମାଧ୍ୟମରେ ଟଙ୍କା ପେମେଣ୍ଟ କରିଥିଲେ।
