ବେଦାନ୍ତ ଆଲୁମିନିୟମ ଅନ୍ତର୍ଜାତୀୟ କ୍ରେତାଙ୍କ ପାଇଁ ‘ମେଟାଲ ବଜାର ଏକ୍ସପୋର୍ଟସ୍’ର ଶୁଭାରମ୍ଭ

ବେଦାନ୍ତ ଆଲୁମିନିୟମ ଅନ୍ତର୍ଜାତୀୟ କ୍ରେତାଙ୍କ ପାଇଁ ‘ମେଟାଲ ବଜାର ଏକ୍ସପୋର୍ଟସ୍’ର ଶୁଭାରମ୍ଭ କରିଛିବିଶ୍ୱର ବିଭିନ୍ନ ଦେଶର କ୍ରେତାଙ୍କ ପାଇଁ ଏବେ ଉପଲବ୍ଧ ହେବ ବେଦାନ୍ତ ମେଟାଲ୍ ବଜାର ।୧୦୦୦ରୁ ଅଧିକ ଆଲୁମିନିୟମ୍ ଉତ୍ପାଦ, ସରଳ ମୂଲ୍ୟ ବୁକିଂ ଓ ଲାଇଭ୍ ଏଲଏମଇ-ଲିଙ୍କ୍‌ଡ ହେଜିଂ ସୁବିଧା ।ଏହା ସମସ୍ତ ରପ୍ତାନି କାରବାର ପାଇଁ ଏକକ ଡିଜିଟାଲ୍ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ, ଯାହା ଦ୍ୱାରା ଦ୍ରୁତ ଟର୍ନଆରାଉଣ୍ଡ ଏବଂ ୨୪×୭ ବିଶ୍ୱସ୍ତରୀୟ ପ୍ରବେଶାଧିକାର ଉପଲବ୍ଧ ହେବ।ଭୁବନେଶ୍ୱର, ୧୧ ଅଗଷ୍ଟ ୨୦୨୬: ବେଦାନ୍ତ ଆଲୁମିନିୟମ୍ ମେଟାଲ୍ ଲିମିଟେଡ୍ (ବିଏସଇ:୫୪୪୭୮୦ | ଏନଏସଇ: ଭିଏଏମଏଲ) ପକ୍ଷରୁ ଏହାର ପ୍ରମୁଖ ଡିଜିଟାଲ୍ ଇ-କମର୍ସ ପ୍ଲାଟଫର୍ମ ‘ବେଦାନ୍ତ ମେଟାଲ୍ ବଜାର’ (ଭିଏମବି)କୁ ଅନ୍ତର୍ଜାତୀୟ ବଜାରକୁ ସମ୍ପ୍ରସାରଣ କରାଯାଇଥିବା ଆଜି ଘୋଷଣା କରାଯାଇଛି। ଭାରତର ପ୍ରଥମ ଡିଜିଟାଲ୍ ଆଲୁମିନିୟମ୍ ମାର୍କେଟପ୍ଲେସ୍‌ ଗୁଡ଼ିକ ମଧ୍ୟରୁ ଏହା ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରକୁ ପ୍ରବେଶ କରିଛି। ଏହା ମାଧ୍ୟମରେ ବିଦେଶୀ ଗ୍ରାହକମାନେ ଏବେ ସହଜ, ସ୍ୱଚ୍ଛ ଓ ସୁବିଧାଜନକ ଭାବେ ଅନଲାଇନ୍‌ରେ ଉଚ୍ଚମାନର ଆଲୁମିନିୟମ୍ ଉତ୍ପାଦ ଅର୍ଡର ଓ କ୍ରୟ କରିପାରିବେ।ଭାରତୀୟ ବଜାରରେ ପ୍ଲାଟଫର୍ମର ବିପୁଳ ସଫଳତା ପରେ ‘ବେଦାନ୍ତ ମେଟାଲ୍ ବଜାର’ ଏବେ ଏସିଆ, ୟୁରୋପ, ଆଫ୍ରିକା ଓ ଆମେରିକା ମହାଦେଶର ବଜାରରେ ଉପଲବ୍ଧ ହେବ। ଆର୍ଥିକ ବର୍ଷ୨୬ରେ ଏହି ପ୍ଲାଟଫର୍ମ ମାଧ୍ୟମରେ ପ୍ରାୟ ୪.୧ ବିଲିୟନ୍ ଡଲାର୍ (୩୮,୦୦୦ କୋଟିରୁ ଅଧିକ ଟଙ୍କା) ମୂଲ୍ୟର କାରବାର ହୋଇଥିବା ବେଳେ ୨୩,୦୦୦ରୁ ଅଧିକ ଅର୍ଡର ପୂରଣ କରାଯାଇଛି। ଭାରତୀୟ ଉତ୍ପାଦନକାରୀଙ୍କ ମଧ୍ୟରେ ମଧ୍ୟ ଏହାର ଗ୍ରହଣୀୟତା ବୃଦ୍ଧି ପାଇଛି। ବଡ଼ ଓଇଏମଗୁଡ଼ିକ ସହିତ ୫୫୦ରୁ ଅଧିକ ଏମଏସଏମଇ ଗୁଡିକ ନିୟମିତ ଭାବେ ସେମାନଙ୍କ ଆଲୁମିନିୟମ୍ ଆବଶ୍ୟକତା ପାଇଁ ବେଦାନ୍ତ ମେଟାଲ୍ ବଜାର ବ୍ୟବହାର କରୁଛନ୍ତି।ଏହି ରଣନୀତିକ ସମ୍ପ୍ରସାରଣ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ୍‌ର ସିଇଓ ରାଜେଶ କୁମାର କହିଛନ୍ତି, “ବେଦାନ୍ତ ମେଟାଲ୍ ବଜାରର ଅନ୍ତର୍ଜାତୀୟ ସମ୍ପ୍ରସାରଣ ଡିଜିଟାଲ୍ ନବସୃଜନ ମାଧ୍ୟମରେ ଆଲୁମିନିୟମ୍ କ୍ରୟ ପ୍ରକ୍ରିୟାକୁ ନୂଆ ରୂପ ଦେବା ଦିଗରେ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଣ୍ଟ। ଅନ୍ତର୍ଜାତୀୟ ବଜାରକୁ ପ୍ରବେଶ କରୁଥିବା ଏହି ଧରଣର ପ୍ରଥମ ଭାରତୀୟ ଧାତୁ ପ୍ଲାଟଫର୍ମ ଭାବେ ଏହି ସମ୍ପ୍ରସାରଣ ଅନ୍ତର୍ଜାତୀୟ ଗ୍ରାହକଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ସହିତ ବିଶ୍ୱ ବାଣିଜ୍ୟ, ଉନ୍ନତ ଉତ୍ପାଦନ ଓ ସ୍ଥାୟୀ ଶିଳ୍ପ ବିକାଶରେ ଭାରତର ବଢ଼ୁଥିବା ଭୂମିକାକୁ ମଜବୁତ କରିବ। ବିଶ୍ୱର ଅନ୍ୟତମ ବୃହତ୍ ଆଲୁମିନିୟମ୍ ଉତ୍ପାଦକ ଭାବେ, ବିଶ୍ୱ ବଜାରକୁ ଭାରତରେ ନିର୍ମିତ ବିଶ୍ୱସ୍ତରୀୟ ଆଲୁମିନିୟମ୍ ସମାଧାନ ପହଞ୍ଚାଇ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ ଫର୍ ଦ ୱର୍ଲ୍ଡ’ ଦୃଷ୍ଟିକୋଣରେ ଯୋଗଦାନ କରି ଆମେ ଗର୍ବିତ।”ପ୍ଲାଟଫର୍ମର ପ୍ରଭାବ ସମ୍ପର୍କରେ ବେଦାନ୍ତ ମେଟାଲ୍ ବଜାରର ଗ୍ରାହକ ପାରାମାଉଣ୍ଟ କମ୍ ଲିମିଟେଡ୍‌ର ପ୍ରକ୍ୟୁରମେଣ୍ଟ ହେଡ୍ ଅରବିନ୍ଦ ଗୁପ୍ତା କହିଛନ୍ତି, “ବେଦାନ୍ତ ମେଟାଲ୍ ବଜାର ଆଲୁମିନିୟମ୍ କ୍ରୟକୁ ଅଧିକ ଦ୍ରୁତ, ସ୍ୱଚ୍ଛ ଓ ସହଜ କରିଛି। ଲାଇଭ୍ ମୂଲ୍ୟ ନିର୍ଦ୍ଧାରଣ ଓ ଅନଲାଇନ୍ ଅର୍ଡର ଦେବାଠାରୁ ଆରମ୍ଭ କରି ଶିପ୍‌ମେଣ୍ଟ ଟ୍ରାକିଂ ଓ ଅର୍ଥ ଯୋଗାଣ ସହାୟତା ପର୍ଯ୍ୟନ୍ତ, କ୍ରୟ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ଏହି ପ୍ଲାଟଫର୍ମ ଆମକୁ ଅଧିକ ସ୍ପଷ୍ଟତା ଓ ନିୟନ୍ତ୍ରଣ ପ୍ରଦାନ କରୁଛି। ଆମ ଭଳି ବିକାଶଶୀଳ ବ୍ୟବସାୟ ପାଇଁ ଏହା କ୍ରୟ ପ୍ରକ୍ରିୟାକୁ ସରଳ କରିବା ସହିତ ଯୋଜନାକୁ ଉନ୍ନତ କରିଛି ଏବଂ ବଜାରର ଆବଶ୍ୟକତା ଅନୁଯାୟୀ ଶୀଘ୍ର ପ୍ରତିକ୍ରିୟା ଦେବାରେ ସହାୟତା କରିଛି।”ଏହି ଅନ୍ତର୍ଜାତୀୟ ଶୁଭାରମ୍ଭ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଗ୍ଲୋବାଲ୍ କଷ୍ଟମର୍ ୱେବିନାରରେ ବିଭିନ୍ନ ଅନ୍ତର୍ଜାତୀୟ ବଜାରରୁ ୬୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। ପରୀକ୍ଷିତ ଡିଜିଟାଲ୍ ମଡେଲ୍‌କୁ ଅନ୍ତର୍ଜାତୀୟ କ୍ରେତାଙ୍କ ପାଇଁ ସମ୍ପ୍ରସାରଣ କରି ବେଦାନ୍ତ ଆଲୁମିନିୟମ୍ ନୂଆ ବିଶ୍ୱ ବାଣିଜ୍ୟିକ ମାର୍ଗ ଖୋଲିଛି। ଏହା ମାଧ୍ୟମରେ ବିଦେଶୀ ବୃହତ୍ ଉଦ୍ୟୋଗ ସହିତ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ମଧ୍ୟ ଭାରତୀୟ ଉତ୍ପାଦନକାରୀଙ୍କ ଭଳି ସ୍ୱଚ୍ଛ, ଦକ୍ଷ ଓ ସରଳ କ୍ରୟ ଅନୁଭୂତି ପାଇପାରିବେ।ବିଶ୍ୱସ୍ତରୀୟ ୨୪×୭ ଡିଜିଟାଲ୍ ଗେଟୱେ ଭାବେ ବିକଶିତ ଏହି ପ୍ଲାଟଫର୍ମ ସ୍ୱୟଂଚାଳିତ ୱାର୍କଫ୍ଲୋ ମାଧ୍ୟମରେ ଯୋଗାଣ ଶୃଙ୍ଖଳାର ଜଟିଳତାକୁ ହ୍ରାସ କରୁଛି ଏବଂ ବିଶ୍ୱ ବି୨ବି କ୍ରୟ ପ୍ରକ୍ରିୟାରେ ବି୨ସି ଭଳି ସହଜ ଅନୁଭୂତି ପ୍ରଦାନ କରୁଛି। ଭିଏମବି ଏକ୍ସପୋଟ୍ସ ରେ ୧୦୦୦ରୁ ଅଧିକ ଆଲୁମିନିୟମ୍ ଉତ୍ପାଦର ବିସ୍ତୃତ କ୍ୟାଟାଲଗ୍, ତୁରନ୍ତ ଗ୍ରାହକ ପଞ୍ଜୀକରଣ ପାଇଁ ସରଳ ଅନଲାଇନ୍ ସେଲ୍ଫ-ରେଜିଷ୍ଟ୍ରେସନ୍, ଡିଜିଟାଲ୍ ଚୁକ୍ତି ଓ ଏମଓୟୁ ପରିଚାଳନା ସହିତ ଲାଇଭ୍ ଏଲଏମଇ-ଲିଙ୍କ୍‌ଡ ହେଜିଂ ସୁବିଧା ସହ ସରଳ ମୂଲ୍ୟ ବୁକିଂ ବ୍ୟବସ୍ଥା ରହିଛି।ଏହାସହ ଗ୍ରାହକମାନେ ଲାଇଭ୍ ଲେଜର୍ ବାଲାନ୍ସ ଓ ଇନଭଏସ୍‌ର ରିଅଲ୍-ଟାଇମ୍ ଆର୍ଥିକ ସୂଚନା ବପାଇପାରିବେ। ଶୀଘ୍ର ପ୍ରଶ୍ନ ସମାଧାନ ପାଇଁ ମଧ୍ୟ ଏଥିରେ ସୁବିଧା ରହିଛି। ଆଗାମୀ ଦିନରେ ଡେସ୍ପାଚ୍‌ ଠାରୁ ବନ୍ଦରରେ ଡେଲିଭରି ପର୍ଯ୍ୟନ୍ତ ଶିପ୍‌ମେଣ୍ଟର ଲାଇଭ୍ ଟ୍ରାକିଂ, ବିଲ୍ ଅଫ୍ ଲେଡିଂ ଓ ପ୍ୟାକିଂ ଲିଷ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ରପ୍ତାନି ଦଲିଲ୍‌କୁ ଏକ କ୍ଲିକ୍‌ରେ ଦେଖିବାର ସୁବିଧା ଏବଂ ତୁରନ୍ତ ଗ୍ରାହକ ସହାୟତା ପାଇଁ ଏଆଇ-ଆଧାରିତ ଭର୍ଚୁଆଲ୍ ଆସିଷ୍ଟାଣ୍ଟ ଭଳି ନୂଆ ବୈଶିଷ୍ଟ୍ୟ ମଧ୍ଯ ବ୍ଯବହାର କାରାଯାଇଛି।କ୍ରୟ ପ୍ରକ୍ରିୟାରେ ଗୁଣବତ୍ତା ନିଶ୍ଚିତକରଣକୁ ମଧ୍ୟ ସିଧାସଳଖ ସାମିଲ କରାଯାଇଛି। ଟେଷ୍ଟ ସାର୍ଟିଫିକେଟ୍, ବ୍ୟାଙ୍କ ଗ୍ୟାରେଣ୍ଟି ଓ ଲେଟର୍ ଅଫ୍ କ୍ରେଡିଟ୍ ଭଳି ଦଲିଲ୍‌ଗୁଡ଼ିକୁ ପ୍ଲାଟଫର୍ମର ଡିଜିଟାଲ୍ ଡକ୍ୟୁମେଣ୍ଟେସନ୍ ବ୍ୟବସ୍ଥାରେ ସହଜରେ ସାମିଲ କରାଯାଇଛି।ଏସଏଣ୍ଡପି ଗ୍ଲୋବାଲ କରପୋରେଟ ସ ଷ୍ଟେନେବିଲିଟ ରାଙ୍କିଂରେ ବିଶ୍ୱର ଶୀର୍ଷ ଆଲୁମିନିୟମ୍ କମ୍ପାନୀଗୁଡ଼ିକ ମଧ୍ୟରେ ନିୟମିତ ଭାବେ ସ୍ଥାନ ପାଇଆସୁଥିବା ବେଦାନ୍ତ ଆଲୁମିନିୟମ୍‌ର ଏହି ଅନ୍ତର୍ଜାତୀୟ ରୋଲ୍‌ଆଉଟ୍ ମାଧ୍ୟମରେ ବିଶ୍ୱର ଗ୍ରାହକମାନେ ସାର୍ଟିଫାଏଡ୍, ସ୍ଥାୟୀ ଓ ଟ୍ରେସେବଲ୍ ଆଲୁମିନିୟମ୍ ସହଜରେ କ୍ରୟ କରିପାରିବେ। ଏହା ବିଶ୍ୱସ୍ତରରେ କାର୍ବନ୍ ନିର୍ଗମନ ହ୍ରାସକାରୀ ଯୋଗାଣ ଶୃଙ୍ଖଳା ଦିଗରେ ଚାଲିଥିବା ପରିବର୍ତ୍ତନକୁ ମଧ୍ୟ ସମର୍ଥନ କରିବ ।

Leave a Reply

Your email address will not be published. Required fields are marked *