୬ଷ୍ଠ ବିଶ୍ୱ ପ୍ରତିବେଶୀ ଦିବସ ପାଳିତ

 ଭଦ୍ରକ:୧୬/୧୦ – ସମଗ୍ର ବିଶ୍ୱରେ ଫାଦର୍ସ ଡେ’, ମଦର୍ସ ଡେ’, ଚକ୍‌ଲେଟ୍ ଡେ’, ଭାଲେଣ୍ଟାଇନ୍ ଡେ’ ଭଳି ବିଭିନ୍ନ ଦିବସ ପାଳିତ ହେଉଥିବାବେଳେ ପଡୋଶୀଙ୍କ ସହ ଉତ୍ତମ ସଂପର୍କ ଓ ଭାଇଚାରା ବୃଦ୍ଧି ପାଇଁ ୨୦୧୬ ମସିହାରୁ ଉଚ୍ଚତମ ନ୍ୟାୟାଳୟର ଅଧିବକ୍ତା, ମାନବାଧିକାର କର୍ମୀ ଓ ସେଚ୍ଛାସେବୀ ରାଧାକାନ୍ତ ତ୍ରିପାଠୀ ଆରମ୍ଭ କରିଥିଲେ ‘ବିଶ୍ୱ ପ୍ରତିବେଶୀ ଦିବସ’ । ଏହି ଅବସରରେ ଏହି ଜିଲାର ତିହିଡି ବ୍ଲକ୍ ଅନ୍ତର୍ଗତ ତଳଗୋପବିନ୍ଧା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଆଦିତ୍ୟ ଜେନାଙ୍କ ଆବାହକତ୍ୱରେ ବିଶ୍ୱ ପ୍ରତିବେଶୀ ଦିବସ ପାଳିତ ହୋଇଯାଇଛି ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *