ଅଟଳ ମାର୍ଗ ତଦାରଖ କଲେ ଯୁବ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର ଶିଘ୍ର କାର୍ଯ୍ୟା ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ।

ଭଦ୍ରକ,: ଅଟକିଥିବା ଅଟଳ ମାର୍ଗର କାର୍ଯ୍ୟ ଆଗକୁ ବଢିବ। ଭଦ୍ରକ କଚେରୀ ବଜାର ର ମୁଖ୍ୟ ରାସ୍ତା ଅଟଳ ମାର୍ଗ କାର୍ଯ୍ୟ ମନ୍ଥରତା ଦେଖାଦେଇଛି। ଠିକାଦାର ନିର୍ମାଣ କାର୍ଯ୍ୟରେ ଟାଳଟୁଳ ନୀତି ଆପଣାଇଛନ୍ତି। ଯାହାକୁ ନେଇ ଜିଲ୍ଲାବାସୀ ଉଦ୍‌ବେଗ ପ୍ରକାଶ କରି ଆସୁଛନ୍ତି। ଏପରିକି ଭଦ୍ରକ ବଙ୍କବାସୁ ଳି ମନ୍ଦିରରୁ ନିର୍ମିତ ଡ୍ରେନ ଅତି ସଙ୍କୁଚିତ ରହିଛି। ବହୁ ପୂର୍ବରୁ ଏହି ନାଳ ୮ ଫୁଟର ଅଧିକ ଓସାର ଥିଲା । ଏବେ ନବ ନିର୍ମିତ ଡ୍ରେନ ୩ ଫୁଟ ଭିତରେ ସୀମିତ ରହିଛି। ଅତ୍ୟଧିକ ବର୍ଷା ହେଲେ ସହରର ଜଳ ନିସ୍କାସନ ହେବା ନେଇ ସନ୍ଦେହ ବଢିଛି। ତ୍ରୁଟିପୂର୍ଣ୍ଣ ଭାବେ ଅଣ ଓସାରିଆ ଡ୍ରେନ ନିର୍ମାଣ ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ର ସମ୍ଭାବନା ନେଇ ଅଭିଯୋଗ ହୋଇ ଆସୁଥିଲା ସେହିଭଳି ରାସ୍ତା କାର୍ଯ୍ୟ ତ୍ୱରାନ୍ବିତ ନ ହେବା ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ବିଳମ୍ବିତ କାର୍ଯ୍ୟକୁ ନେଇ ଆଜି ଭଦ୍ରକ ବିଧାୟକ ସିତାଂଶୁ ସେଖର ମହାପାତ୍ର, ପୂର୍ବ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଟି ଧ୍ୟାନଚାନ୍ଦ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ଜିଲ୍ଲା ପୂର୍ବ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଦେବୀ ପ୍ରସନ୍ନ ଘୋଷ, ଯନ୍ତ୍ରୀ ଉତ୍ତମ ନାୟକ ପ୍ରମୁଖ ଅଟଳ ମାର୍ଗ ନିର୍ମାଣ ଅଞ୍ଚଳ ପରିଦର୍ଶନ କରିଥିଲେ। ଭଦ୍ରକ ବଙ୍କବାସୁଳୀ ମନ୍ଦିରରୁ ଲୋକନାଥ ମନ୍ଦିର ଛକ,ଟାଉନ ହଲ ଛକ ଦେଇ ଅନୁଧ୍ଯାନ କରାଯାଇଥିଲା। ଶନିମନ୍ଦିର ପର୍ଯ୍ୟନ୍ତ ସ୍ଥିତିକ୍ଷେତ୍ରୀୟ ଯାଞ୍ଚ ବେଳେ ଆରମ୍ଭରୁ ଅନେକ ତ୍ରୁଟି ଥିବାପ୍ରମାଣିତ ହୋଇଥିଲା। ବିଶେଷକରି ନିର୍ମାଣଧୀନ ଡ୍ରେନ ସଙ୍କୁଚିତ ହେବା ନେଇ ଜଣାପଡ଼ିବା ପରେ ସଙ୍କୁଚିତ ଡ୍ରେନ ନିର୍ମାଣ ନେଇ ସହରବାସୀଙ୍କ ଉଦ୍‌ବେଗବିଧାୟକ, ପୂର୍ଭ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନଭାଙ୍ଗିବ ନିର୍ମିତ ଡ୍ରେନ, ହଟିବ ଅଙ୍କାବଙ୍କା ପୋଲ୍ଏହାକୁ ଆହୁରି ଓସାର କରି ନିର୍ମାଣ କରିବାକୁ ବିଧାୟକ ସିତାଂଶୁ ଆଦେଶ ଦେଇଥିଲେ। ସେହିଭଳି ନୂତନ ପୋତା ଯାଇଥିବା ବିଦ୍ୟୁତ ପୋଲ ଅଙ୍କାବଙ୍କା ରହିଛି। କଚେରୀ ଅଞ୍ଚଳରୁ ସନ ସାଇନ ସ୍କୁଲ ପର୍ଯ୍ୟନ୍ତ ପୋଲ ସିଧା ରହିଥିବାବେଳେ ଲୋକନାଥ ମନ୍ଦିର ପର୍ଯ୍ୟନ୍ତ ଅଙ୍କାବଙ୍କା ଭାବେ ପୋତା ଯାଇଛି। ସ୍ଥାନୀୟ ଅଞ୍ଚଳର ବୃହତ୍ତ ବ୍ୟବସାୟୀଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇ ଏଭଳି କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଧାୟକଖପା ହୋ ହୋଇଛନ୍ତି। ଅଙ୍କାବଙ୍କା ପୋଲ ଗୁଡ଼ିକ ସାନି ସରଳରେଖାରେ ସମ୍ପ୍ରସାରିତ ରାସ୍ତା ପାଖ ସରକାରୀ ଜାଗାରେ ପୋତିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଆଦେଶ ଦେଇଥିବା ବେଳେ ସମ୍ପୃକ୍ତ ଠିକାଦାରଙ୍କୁ ତାଗିଦ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କଚେରୀରୁ ଲୋକନାଥ ମନ୍ଦିର ପର୍ଯ୍ୟନ୍ତ କାର୍ଯ୍ୟ ସମାପ୍ତ କରିବାକୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି।ଏହା ପରେ ପୌରପାଳିକା ଅଧୀନରେ ଥିବା ଟାଉନ ହଲ ଛକ ନିକଟରେ ୩ଟି ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା ଯାଇ ଜାଗା ଯୋଗାଇ ଦିଆଯିବ ବୋଲି ତହସିଲଦାର ଦର୍ଶାଇଛନ୍ତି। ସେହିଭଳି ଶନି ମନ୍ଦିର ପର୍ଯ୍ୟନ୍ତ ଯେଉଁଠି ଯାହା ସମସ୍ୟା ଅଛି ତାକୁ ଯୁଦ୍ଧକାଳୀନ ଭିଭିରେ ସମାଧାନ କରି ରାସ୍ତା କାମ ଅଗେଇ ନେବାକୁ କୁହାଯାଇଛି। ୧୭ କୋଟି ଟଙ୍କାର ନିର୍ମିତ ରାସ୍ତା କର୍ଯ୍ୟା ଅଗଷ୍ଟ ଭିତରେ ଶେଷ କରିବାକୁ ବିଧାୟକ ଠିକାଦାରଙ୍କୁ ତାଗିଦ କରିଛନ୍ତି। ନଚେତ କଳା ତାଲିକାଭୁକ୍ତ କରା‌ଯିବ ବୋଲି ସର୍କିଟ ହାଉସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଚେତବନୀ ଦିଆଯାଇଛି। ସେହିଭଳି ଚରମ୍ପା ଫିଡର ରୋଡ଼ କାର୍ଯ୍ୟର ଅଗ୍ରଗତି ନେଇ କ୍ଷେତ୍ର ପରିଦର୍ଶନ କରାଯାଇଛି। ଏଠାରେ ଡ୍ରେନ କାର୍ଯ୍ୟକୁ ନେଇ ଏହି ଟିମ ସନ୍ତୋଷଜନକ ହୋଇଛି। ଡବଲ ୱେ ରାସ୍ତା କାମ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ କାର୍ଯ୍ୟକୁ ଅତି ଶୀଘ୍ର ଶେଷ କରିବାକୁ ସମୀକ୍ଷା ବୈଠକରେ ଠିକାଦାର ସମେତ ବିଭାଗୀୟ ବାବୁଙ୍କୁ ତାଗିଦ କରାଯାଇଛି।

Leave a Reply

Your email address will not be published. Required fields are marked *