ଉନବିଂଶ ମେଧାବୀ ଅଭିନନ୍ଦନ -୨୦୨୬ ଅନୁଷ୍ଠିତ

ଜଟଣୀ ତା ୧-୬-୨୬ ଜଟଣୀର ଅଗ୍ରୱାଲା ଧର୍ମଶାଳାଠାରେ ପାଣ୍ଡଵ ଜେନା ଫାଉଣ୍ଡେସନ, ଜଟଣୀ ଓ ଡ. ସନ୍ତୋଷ ଜେନା ପ୍ରତିଭା ଅନ୍ୱେଷଣ ପ୍ରତିଷ୍ଠାନ ପକ୍ଷରୁ ଊନବିଂଶ ମେଧାବୀ ଅଭିନନ୍ଦନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବର ପ୍ରାକ୍ତନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଶ୍ରୀ କମଳା ପ୍ରସାଦ ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ମହମ୍ମଦ ରଫିକ ଯୋଗ ଦେଇଥିଲ। ସମ୍ମାନୀୟ ଅତିଥି ଭାବେ ସନାତନ ହରିଚନ୍ଦନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ କୁମାର ଦାସ,ଶରତ ପାଇକରା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ଦାସ, ବରିଷ୍ଠ ଆଇନଜୀବୀ ଅବନୀ ରାଉତରାୟ, ପ୍ରାକ୍ତନ ସରପଞ୍ଚ ଶ୍ରୀ ଦିବାକର ମଙ୍ଗରାଜ ଯୋଗ ଦେଇଥିବା ବେଳେ ଶିକ୍ଷବିତି ତ୍ରିଲୋଚନ ମହାପାତ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ପାଣ୍ଡବ ଜେନା ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ ସନ୍ତୋଷ ଜେନା ସ୍ୱାଗତ ଅଭିଭାଷଣre ଅନୁଷ୍ଠାନର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ ସଂଯୁକ୍ତା ପରିଡା ଅତିଥି ପରିଚୟ ସହ ମଞ୍ଚ ସଂଯୋଜନା କରିଥିଲେ। ଜଟଣୀ ନିର୍ବାଚନ ମଣ୍ଡଳୀର ସର୍ବାଧିକ ନମ୍ବର ଏ- ୧ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ ସହାୟତା ୫୦୦୦ ଟଙ୍କା ଓ ବ୍ଲକ ସ୍ତରରେ ସର୍ବାଧିକ ନମ୍ବର ରଖିଥିବା ଏ- ୧ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ୩୦୦୦ଟଙ୍କା ପ୍ରଦାନ କରିବା ସହ ସମସ୍ତ ଏ- ୧ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ୨୦୦୦ଟଙ୍କା ଏବଂ ସମସ୍ତ ଏ- ୨ଛାତ୍ର ଛାତ୍ରୀଙ୍କୁ ୧୦୦୦ ଟଙ୍କା ଅଥିତିମାନେ ପ୍ରଦାନ କରିଥିଲେ.। ଜଟଣୀ ନିର୍ବାଚନ ମଣ୍ଡଳୀର ୧୭୦ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାସହ ଆର୍ଥିକ ସହାୟତା ଦିଆ ଯାଇଥିଲା। ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଵିନତୀ ଜେନା ମଧ୍ୟ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆଶୁତୋଷ ଆଚାର୍ଯ୍ୟ, ନିମାଇଁ ଚରଣ ପାତ୍ର, ହବିବୁଲ ରେହମାନ ଖାଁ, ଜୟନ୍ତ ସାହୁ, କୁନୁମୁନ ସ୍ବାଇଁ, ରତିକାନ୍ତ ଦାସ, ଆଶିଷ ହୁସେନ, ନୌସର ଅଲ୍ଲୀ, ମହମ୍ମଦ ଇମାମ ମୁଢିନ, କୁମାର ନାୟକ ଓ ଧନଞ୍ଜୟ ଚେର ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *