ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବୀଙ୍କୁ ପ୍ରଶିକ୍ଷଣ
ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀଙ୍କୁ ପ୍ରଶିକ୍ଷଣ। ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଉଥିବା ମତ୍ସଜୀବୀ ମାନଙ୍କ ଇଞ୍ଜିନ ଚାଳିତ ଡଙ୍ଗାରେ କୌଣସି ଅସୁବିଧା ହେଲେ କିଭଳି ତୁରନ୍ତ ଏହାକୁ ମରାମତି କରାଯାଇପାରିବ ସେନେଇ ଦିଆଯାଉଛି ପ୍ରଶିକ୍ଷଣ। ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ଏହି ପ୍ରଶିକ୍ଷଣ ଶିବିର ପୁରୀ ୟୁଥ୍ ହଷ୍ଟେଲ ଠାରେ ଆୟୋଜନ କରାଯାଇଛି। ତିନି ଦିନ ଧରି ଏହି ଶିବିର ଅନୁଷ୍ଠିତ ହେବାକୁ ଥିବାବେଳେ ଇଞ୍ଜିନ ଚାଳିତ ଡଙ୍ଗାର କିଭଳି ସଠିକ୍ ଭାବେ ଯତ୍ନ ନିଆଯାଇପାରିବ, ସମୁଦ୍ର ଭିତରେ ଇଞ୍ଜିନ ଖରାପ ହୋଇଗଲେ କିଭଳି ତାକୁ ତୁରନ୍ତ ମରାମତି କରାଯାଇପାରିବ ସେନେଇ ମତ୍ସ୍ୟ ବିଭାଗର ଅଧିକାରୀ ମାନେ ମତ୍ସଜୀବୀ ଙ୍କୁ ତାଲିମ୍ ପ୍ରଦାନ କରୁଛନ୍ତି।
