ପାରିବାରିକ ଝାଗଡାକୁ ନେଇ ତିନି ମହିଳା ଗୁରୁତର

। -ଘରେ ଗେଟ୍ ଲାଗିବାକୁ ନେଇ ଗୋଟିଏ ପରିବାର ମଧ୍ୟରେ ତୁମୁଳକାଣ୍ଡ ।ଟାଙ୍ଗିଆ ଶାବଳ ପଥର ମାଡ଼ରେ ପରିବାରର ତିନିଜଣ ମହିଳା ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନ ଏବଂ ପରେ କଟକ ସ୍ଥାନାନ୍ତର ।ସୂଚନାରୁ ଜଣାପଡିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମ ପ୍ରଧାନସାହି ବାସିନ୍ଦା କୁଳମଣି ଓଝା, ଅନ୍ତର୍ଯ୍ୟାମୀ ଓଝା ଏବଂ ପ୍ରେମା ଓଝାଙ୍କ ଘର ମଧ୍ୟରେ ଫାଟକ ଲଗାଇବାକୁ ନେଇ ବହୁ ପୁରୁଣା ଦିନରୁ କଳିଝଗଡା ଲାଗିରହୁଥିଲା ।ଏନେଇ ଉଭୟପକ୍ଷ ଗତକାଲି ଭୁବନ ଥାନାର ଦ୍ୱାରସ୍ଥ ହୋଇଥିଲେ । ଭୁବନ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାରୁ ସବୁଦିନର ଝଗଡ଼ା ପୋଲିସ ଫେରିବା ପରେ ଭୟଙ୍କର ରୂପ ନେଇଥିଲା ।ଅଭିଯୋଗ ଅନୁଯାୟୀ ପ୍ରେମା ଓଝାଂଙ୍କ ଘର୍ ଉପରେ କୁଳମଣି ଓଝା ଏବଂ ଅନ୍ତର୍ଯ୍ୟାମୀ ଓଝାଙ୍କ ପରିବାର ଟେକା ପଥର ମାଡ କରିବାରୁ ପ୍ରେମାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରେମାଙ୍କ ଝିଅ ବିନ୍ଦୂବାଳା ଓଝାଙ୍କ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିଲା, ସେହିଭଳି ପ୍ରତି ଆକ୍ରମଣରେ କୁଳମଣି ଏବଂ ଅନ୍ତର୍ଯ୍ୟାମୀଙ୍କ ପରିବାରର ଦୁଇ ମହିଳା ମଲ୍ଲିକା ଓଝାଙ୍କ ଗୋଡ଼ ଶାବଳ ମାଡ଼ରେ ଭାଙ୍ଗି ଥିବାବେଳେ ସୀତା ଓଝାଙ୍କ ହାତ ଆଙ୍ଗୁଠି ଏବଂ ମିଥୁନ ଓଝାଙ୍କ ପିଠି ଟାଙ୍ଗିଆ ଚୋଟରେ କ୍ଷତାକ୍ତ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ପ୍ରଥମେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ମଲ୍ଲିକା ଓଝାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଏବଂ ସୀତାଙ୍କୁ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।ଖବର ପାଇ ଭୁବନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନାରୁ ଜଣାପଡ଼ିଛି। **

Leave a Reply

Your email address will not be published. Required fields are marked *